ବଲାଙ୍ଗିର: ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ଉପକଣ୍ଠ ମାଧିଆପାଲି ରେଳଲାଇନ୍ କଡ଼ରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଜିଆରପି ପୋଲିସ୍। ମୃତ ଯୁବକ ଜଣଙ୍କ ହେଲେ ବରପାଲି ପଡ଼ାର କାଶି ନାୟକ। କାଶିଙ୍କ ମୃତଦେହ ନଗ୍ନ ଭାବରେ ପଡ଼ିଥିବା ବେଳେ ତାଙ୍କର ଦେହର ବିଭିନ୍ନ ସ୍ଥାନରେ କଟା ଚିହ୍ନ ରହିଛି। ମୃତଦେହ ନିକଟରେ କଳା ରଙ୍ଗର ପଲ୍ସର ବାଇକ୍ ସହ ଜଣେ ଯୁବତୀଙ୍କ ଫଟୋ ଥିବା ଜଣାପଡ଼ିଛି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ। ଜିଆରପି ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।