ବଲାଙ୍ଗିର: ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ପିଡିତା ଟାଉନ ଥାନାର ଦ୍ୱାରସ୍ଥ

ବଲାଙ୍ଗିର: ବିବାହ ପ୍ରତିଶ୍ରୁତି ଦେଇ ଶରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିଥିବା ଭଳି ଏକ ଅଭିଯୋଗ ହୋଇଛି ବଲାଙ୍ଗିର ଟାଉନ ଥାନାରେ। ବଲାଙ୍ଗିର କନ୍ଧପାଲି ପଡାର ସବ୍ୟସାଚୀ କୁମ୍ଭାର ସେହି ପଡାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ସେ ଯୁବତୀ ଜଣଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୀର୍ଘ ସାତ ବର୍ଷ ଧରି ଶାରୀରିକ ସଂପର୍କ ରଖି ଆସୁଥିଲେ। ଯୁବତୀଜଣଙ୍କ ବିବାହ କରିବାକୁ କହିବାରୁ ସବ୍ୟସାଚୀ ପ୍ରାତ୍ୟକ୍ଷାନ କରିଦେଇଥିଲେ। ଶେଷରେ ଯୁବତୀଜଣଙ୍କ ନିରୁପାୟ ହୋଇ […]

Love,Sex & Dhokka

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 12:32 PM IST

ବଲାଙ୍ଗିର: ବିବାହ ପ୍ରତିଶ୍ରୁତି ଦେଇ ଶରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିଥିବା ଭଳି ଏକ ଅଭିଯୋଗ ହୋଇଛି ବଲାଙ୍ଗିର ଟାଉନ ଥାନାରେ। ବଲାଙ୍ଗିର କନ୍ଧପାଲି ପଡାର ସବ୍ୟସାଚୀ କୁମ୍ଭାର ସେହି ପଡାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ସେ ଯୁବତୀ ଜଣଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୀର୍ଘ ସାତ ବର୍ଷ ଧରି ଶାରୀରିକ ସଂପର୍କ ରଖି ଆସୁଥିଲେ। ଯୁବତୀଜଣଙ୍କ ବିବାହ କରିବାକୁ କହିବାରୁ ସବ୍ୟସାଚୀ ପ୍ରାତ୍ୟକ୍ଷାନ କରିଦେଇଥିଲେ। ଶେଷରେ ଯୁବତୀଜଣଙ୍କ ନିରୁପାୟ ହୋଇ ଗତ ପାଞ୍ଚ ତାରିଖରେ ଟାଉନ ଥାନାରେ ସାବ୍ୟସାଚୀ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ  ପ୍ରଶାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Related story