ବାରହା ଶିକାର ଅଭିଯୋଗରେ ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖର୍ଲିକାନୀ ଅଞ୍ଚଳରୁ ବାରହା ଶିକାର ଅଭିଯୋଗରେ ଜଣେ ଗିରଫ। ସହରର  ଉପକଣ୍ଠ ମଠଖାଇ ଜଙ୍ଗଲରେ ଏକ ବାରହାକୁ ଶିକାର କରି ପାଞ୍ଚ ଜଣ ଭାଗବଣ୍ଟା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୪ ଜଣ ଫେରାର ହୋଇ ଯାଇଥିଲା ବେଳେ ସାଧୁ ପୋଢ଼  ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଏହାସହିତ ଏକ ବାଇକ୍ ମଧ୍ୟ ଜବତ ହୋଇଛି। ସାଧୁଙ୍କୁ କୋର୍ଟ ଚାଲାଣ କରାଯାଇଛି।