Advertisment

ଆସିଲାଣି ନୂଆଖାଇ: ଚାରିଆଡେ ସଜବାଜ

ବଲାଙ୍ଗିର(ମନରଞ୍ଜନ ଜୋଶୀ):ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ  ଅନ୍ୟପର୍ବ ଠାରୁ ନିଆରା । କାରଣ ସ୍ଥାନୀୟ ଦେବାଦେବୀଙ୍କ ରାଶିନକ୍ଷତ୍ର ଅନୁଯାୟୀ, ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୁଏ  । ଆଉ ଶୁଭଲଗ୍ନ ବାହାରିଲା ପରେ, ଆଜି ବି ଗାଁ ଗାଁରେ ଡେଙ୍ଗୁରା ପିଟି ନୂଆଖାଇ ପାଇଁ ସଚେତନ କରେ ଡିଙ୍ଗରାବାଲା ।  ଯାହା ଏବେ ବି ପଶ୍ଚିମ ଓଡିଶାର ଗାଁ ଗଣ୍ଡାରେ ଦେଖିବାକୁ ମିଳେ।  ଆଉ ଡିଙ୍ଗରା ପରେ ଆରମ୍ଭ ହୁଏ ସଜବାଜ  । ଘର ସଫା ଠୁ […]

author-image
Tapas Behera
ଆସିଲାଣି ନୂଆଖାଇ: ଚାରିଆଡେ ସଜବାଜ

790

ବଲାଙ୍ଗିର(ମନରଞ୍ଜନ ଜୋଶୀ):ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ  ଅନ୍ୟପର୍ବ ଠାରୁ ନିଆରା । କାରଣ ସ୍ଥାନୀୟ ଦେବାଦେବୀଙ୍କ ରାଶିନକ୍ଷତ୍ର ଅନୁଯାୟୀ, ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୁଏ  । ଆଉ ଶୁଭଲଗ୍ନ ବାହାରିଲା ପରେ, ଆଜି ବି ଗାଁ ଗାଁରେ ଡେଙ୍ଗୁରା ପିଟି ନୂଆଖାଇ ପାଇଁ ସଚେତନ କରେ ଡିଙ୍ଗରାବାଲା ।  ଯାହା ଏବେ ବି ପଶ୍ଚିମ ଓଡିଶାର ଗାଁ ଗଣ୍ଡାରେ ଦେଖିବାକୁ ମିଳେ।  ଆଉ ଡିଙ୍ଗରା ପରେ ଆରମ୍ଭ ହୁଏ ସଜବାଜ  । ଘର ସଫା ଠୁ ଆରମ୍ଭ କରି ନୂଆ ଜିନିଷପତ୍ର ଯୋଗାଡରେ ଲାଗିପଡନ୍ତି ଘରର ମୂରବୀ ।  ନୂଆଖାଇ ପଶ୍ଚିମ ଓଡିଶାର କେବଳ ପର୍ବ ନୁହେଁ, ଏ ଅଂଚଳର ଲୋକଙ୍କର ଜୀବନ ଚର୍ଯ୍ୟାର ଏକ ଝଲକ ।

Advertisment

ଆଧୁନିକ ଯୁଗରେ ଯୋଗାଯୋଗର ବ୍ୟବସ୍ଥା ପର୍ଯ୍ୟାପ୍ତ ଥିବା ବେଳେ ଏବେ ବି ଗାଁ ଗାଁରେ ବୁଲୁଛି ଡେଙ୍ଗରୁବାଲା।  ଡେଙ୍ଗୁରାପିଟି ଗାଁ ଲୋକଙ୍କୁ ବୁଝାଉଛନ୍ତି । ନୂଆଖାଇର ଶୁଭଲଗ୍ନ  କେବେ ? କୋଉଦିନ ? ଆଉ କେଉଁ ମୂହୁର୍ତ୍ତରେ ନବାନ୍ନ ଲାଗିହେବ। ବାସ ଏ ସମସ୍ତ ତଥ୍ୟ ଡେଙ୍ଗୁରାପିଟି ଗାଁ ଗାଁ ବୁଲି ସଚେତନ କରାଉଛି ଡେଙ୍ଗୁରାବାଲା।   ପୂର୍ବକାଳରେ ଲୋକଙ୍କୁ ଖବର ଦେବାର ମାଧ୍ୟମ ଥିଲା ଡେଙ୍ଗୁରା ।  କିନ୍ତୁ ଆଧୁନିକତାର ଚାକଚକ୍ୟ ଭିତରେ ବି ପଶ୍ଚିମ ଓଡିଶାରେ ବଂଚିରହିଛି ପରମ୍ପରା ।  ହେଲେ ଡେଙ୍ଗୁରା ପୂର୍ବରୁ ଆଉ ଏକ ରୀତିନୀତି ପାଳନ ହୋଇଥାଏ   ନୂଆଖାଇ ଲଗ୍ନ ।  ଯଦିଓ  ପଶ୍ଚିମ ଓଡିଶାରେ ଗୋଟିଏ ଦିନରେ ନୂଆଖାଇ ପାଳନ ହେଉଛି, କିନ୍ତୁ ଶୁଭଲଗ୍ନର ସମୟ ନିର୍ଘଣ୍ଟ ଅଲଗା ଅଲଗା ହୋଇଥାଏ  । ସ୍ଥାନୀୟ ଇଷ୍ଟଦେବୀଙ୍କ ରାଶିନକ୍ଷତ୍ର ଅନୂଯାୟୀ, ପଣ୍ଡିତ ମହାସଭା ବିଭିନ୍ନ ଜାଗାରେ ଶୁଭଲଗ୍ନ ନିର୍ଦ୍ଧାରଣ କରିଥାନ୍ତି।  ତାପରେ ଗାଁ ଗାଁକୁ ପଠାଯାଏ ପ୍ରଚାରପତ୍ର । ଆଉ ଗାଁର ଗଉଁନ୍ତିଆ ନୂଆଖାଇ ଲଗ୍ନ ସଂର୍ପକରେ ଲୋକଙ୍କୁ ସଚେତନ କରିବା ପାଇଁ ଗାଁ ଗାଁରେ ଏବେ ବି ରହିଛି ଡିଙ୍ଗରା ପିଟିବାର ପରମ୍ପରା।    ଏଥର ବଲାଙ୍ଗିର ଜିଲ୍ଳାରେ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱରୀଙ୍କ ରାଶିନକ୍ଷତ୍ର ଅନୁଯାୟୀ, ଭାଦ୍ରବ ମାସ ପଚଂମି ତିଥି ସେପଟେମ୍ବର ୧୧ ତାରିଖ, ଶନିବାର, ସକାଳ ୧୦ ଟା ୧୯ ରୁ ୧୦ ଟା ୪୦ ମିନିଟ ମଧ୍ୟେ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗିହେବ।

ହାତଗଣତି ନୂଆଖାଇକୁ ଆଉ  ମାତ୍ର ଦଶଦିନ ରହିଛି।  ଗାଁ ଗାଁରେ ଡିଙ୍ଗରା ଶୁଣି ଶୁଭଲଗ୍ନ ସଂର୍ପକରେ ଅବଗତ ହେଲା ପରେ ଏବେ ଆରମ୍ଭ ହୋଇଛି ସଜବାଜ । ଗାଁ ଠୁ ସହର ସବୁଠି ନୂଆଖାଇକୁ ନେଇ ଉତ୍ସାହ ଉଦ୍ଦୀପନା ରହିଛି।

Advertisment