ବାଲିଯାତ୍ରା ପଡିଆରେ ଆବର୍ଜନା ପାହାଡ଼, ଏନ୍‌ଜିଟି ନିର୍ଦ୍ଦେଶକୁ ବି ମାନିଲେନି

କଟକ(ଓଡ଼ିଶା ରିପୋର୍ଟର): ସରକାର ଏନ୍‌ଜିଟିକୁ କହିଲେ ଗୋଟାଏ କଥା। ହେଲେ କରୁଛନ୍ତି ଓଲଟା। ବାଲିଯାତ୍ରା ପଡ଼ିଆର ଦୁରାବସ୍ଥା ଏହା ପ୍ରମାଣିତ କରିଛି। ବାଲିଯାତ୍ରା ସରିଛି। ମାତ୍ର ବାଲିଯାତ୍ରା ପଡିଆର ଆବର୍ଜନା ପରିଚାଳନା କଥା ଭୁଲି ଯାଇଛି ପ୍ରଶାସନ। ଯାତ୍ରା ପରେ ଏବେ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ପଡିଆ। ନା ଜିଲ୍ଲା ପ୍ରଶାସନ ନା ସିଏମ୍‌ସି, ସତେ ଯେମିତି କାହାରି ଆନ୍ତରିକତା ନାହିଁ ସଫେଇ ଲାଗି। ମେଳା ସରିବାକୁ ଦୀର୍ଘ ଦିନ ବିତିଯାଇଥିଲେ ହେଁ […]

balijatra

balijatra

Niranjan Mishra
  • Published: Friday, 02 December 2022
  • Updated: 02 December 2022, 09:18 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସରକାର ଏନ୍‌ଜିଟିକୁ କହିଲେ ଗୋଟାଏ କଥା। ହେଲେ କରୁଛନ୍ତି ଓଲଟା। ବାଲିଯାତ୍ରା ପଡ଼ିଆର ଦୁରାବସ୍ଥା ଏହା ପ୍ରମାଣିତ କରିଛି।

ବାଲିଯାତ୍ରା ସରିଛି। ମାତ୍ର ବାଲିଯାତ୍ରା ପଡିଆର ଆବର୍ଜନା ପରିଚାଳନା କଥା ଭୁଲି ଯାଇଛି ପ୍ରଶାସନ। ଯାତ୍ରା ପରେ ଏବେ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ପଡିଆ। ନା ଜିଲ୍ଲା ପ୍ରଶାସନ ନା ସିଏମ୍‌ସି, ସତେ ଯେମିତି କାହାରି ଆନ୍ତରିକତା ନାହିଁ ସଫେଇ ଲାଗି। ମେଳା ସରିବାକୁ ଦୀର୍ଘ ଦିନ ବିତିଯାଇଥିଲେ ହେଁ ଅଳିଆ ସଫା ହେଉନଥିବାରୁ ପରିବେଶ ଓ ମହାନଦୀ ପାଣି ପ୍ରଦୂଷଣ ହେବା ଆଶଙ୍କା ଦେଖାଦେଇଛି। ପ୍ଲାଷ୍ଟିକ୍ ଓ ପଲିଥିନ୍ ଆବର୍ଜନା ଥଳି ଭିତରେ ଖାଦ୍ୟ ଥିବା ଭାବି ଏହାକୁ ଚୋବାଇ ଚାଲିଛନ୍ତି ବୁଲା ଗୋରୁଗାଈ ଓ କୁକୁର।

କିଛି ଦିନ ତଳେ ଯେଉଁଠି ହଜାର ହଜାର ଷ୍ଟଲ ସହ ଚିକମିକ ଆଲୁଅ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଥିଲା, ଆଜି ସେଠି କେବଳ କୁଢ କୁଢ ଅଳିଆ ଆବର୍ଜନା। ପଲିଥିନ୍ ସହ ପ୍ଲାଷ୍ଟିକ୍ ଆବର୍ଜନା ପାହଡରେ ପୋତି ହୋଇଗଲାଣି ମହାନଦୀ ପଠା। ବାଲିଯାତ୍ରା ଶେଷ ହେବା ପରେ ସତେ ଯେମିତି ସିଏମ୍‌ସି ଓ ଜିଲ୍ଲା ପ୍ରଶାସନ ମେଳା ପଡିଆ କଥା ଭୁଲିଯାଇଛନ୍ତି। ବାଲିଯାତ୍ରା ଶେଷ ହେବାର ୧୦ ଦିନରୁ ଅଧିକ ସମୟ ହେଲାଣି, ମାତ୍ର ଏଯାଏଁ ପଡ଼ିଆ ସଫା ହୋଇପାରିନି। ମହାନଦୀର ତଳ ପଡିଆର ଦୃଶ୍ୟ କଥା ନ କହିବା ଭଲ। ଯେଉଁ ଆଡେ ନଜର ପକାଇବ ଅଳିଆ ଆଉ ଆବର୍ଜନା। ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ପଡି ରହିବାରୁ ଦୁର୍ଗନ୍ଧ ବି ହେଲାଣି, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ବାଲିଯାତ୍ରା ପୂର୍ବରୁ ଅନେକ ବିବାଦ ଦେଖାଦେଇଥିଲା। ବାଲିଯାତ୍ରା ଆୟୋଜନକୁ ବିରୋଧ କରି ଏନଜିଟିରେ ମାମଲା ମଧ୍ୟ ଦାୟର ହୋଇଥିଲା। ଏହି ସମୟରେ କଟକ ଜିଲ୍ଲା ପ୍ରଶାସନ ମହାନଦୀ ଶଯ୍ୟାର ୪୨୬ ଏକର ଜମି ନିଜର ବୋଲି ଦାବି କରିଥିଲା। ତେବେ ବାଲିଯାତ୍ରା ପୂର୍ବରୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ ୩୪ ଏକର ଜମିରେ ବାଲିଯାତ୍ରା କରିବା ଲାଗି। ଏହାସହ ବାଲିଯାତ୍ରା ପରେ ମହାନଦୀ ପଠା ଯେପରି ପୂର୍ବାବସ୍ଥା ଫେରି ପାଇବ ଏବଂ ମହାନଦୀ ପାଣି ଓ ପରିବେଶ ଯେପରି ପ୍ରଦୂଷିତ ନହେବ ସେଥି ପ୍ରତି ଧ୍ୟାନ ଦେବା ଲାଗି ପ୍ରଶାସନକୁ କହିଥିଲେ। ପଠାରେ କୌଣସି ସ୍ଥାୟୀ କିମ୍ବା ଅସ୍ଥାୟୀ ନିର୍ମାଣ କରିବାକୁ ବି ମନା କରିଥିଲେ ଏନ୍‌ଜିଟି।

[caption id="attachment_786259" align="aligncenter" width="650"] ବାଲିଯାତ୍ରା ପଡ଼ିଆରେ ଚାଲିଥିବା ନିର୍ମାଣ କାମ।[/caption]

ତେବେ ବାଲିଯାତ୍ରାର ଦୀର୍ଘ ଦିନ ପରେ ମଧ୍ୟ ଅଳିଆ ଆବର୍ଜନା ପଡି ରହିଥିବା ବେଳେ ଅନ୍ୟପଟେ ବିଭିନ୍ନ ପ୍ରକାର ନିର୍ମାଣ କାମ ଆରମ୍ଭ ହୋଇଛି। ଯାହା ଏନ୍‌ଜିଟି ନିର୍ଦ୍ଦେଶର ଅନୁପାଳନ କରାଯାଉନଥିବା ଆବେଦନକାରୀ କହିଛନ୍ତି। ଏନେଇ ପୁଣି ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି କହିଛନ୍ତି ଆବେଦନକାରୀ ଓକିଲ ପ୍ରଦୀପ ପଟ୍ଟନାୟକ। ଅନ୍ୟପଟେ ସିଏମସି ମେୟର ସୁବାସ ସିଂ କହିଛନ୍ତି, ଖୁବଶୀଘ୍ର ବାଲିଯାତ୍ରା ପଡିଆ ସଫା ହେବ। ସେପଟେ ଐତିହ୍ୟ ବାଲିଯାତ୍ରା ପଡ଼ିଆରେ ଦୋକାନ କରିବା ନିମନ୍ତେ ପ୍ଲଟ ନିଲାମ ଦେଇ କୋଟିକୋଟି ଟଙ୍କା ଆଦାୟ କରିଥିବା ସରକାର, ମହାନଦୀର ସୁରକ୍ଷା ସମ୍ପର୍କରେ ଏଭଳି ଖାମଖିଆଲ ମନବୃତ୍ତି ଦେଖାଇବାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story