ଭିଜିଲାନ୍ସ ଜାଲରେ ଆଇଆଇସି

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସି ସୁରେନ୍ଦ୍ର ବେହୁରିଆ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୁନୀଲ କୁମାର ସେନାପତି ସୂଚନା ଦେଇଛନ୍ତି। ଏକ ଜମିଜମା ବିବାଦରେ ଅଭିଯୁକ୍ତ ଥିବା ଗଣେଶ ଚନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ ନ କରିବା ପାଇଁ ଥାନା ଆଇଆଇସି ୨୦ ହଜାର ଟଙ୍କା ଲାଞ୍ଚ […]

arrest

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 11:27 AM IST

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସି ସୁରେନ୍ଦ୍ର ବେହୁରିଆ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୁନୀଲ କୁମାର ସେନାପତି ସୂଚନା ଦେଇଛନ୍ତି।

ଏକ ଜମିଜମା ବିବାଦରେ ଅଭିଯୁକ୍ତ ଥିବା ଗଣେଶ ଚନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ ନ କରିବା ପାଇଁ ଥାନା ଆଇଆଇସି ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଆଜି ଗଣେଶଙ୍କର ଜଣେ ସମ୍ପର୍କୀୟ ଏ ବାବଦରେ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ସୁରେନ୍ଦ୍ରଙ୍କୁ ଏନେଇ ଅଧିକ ପଚରାଉଚରା ଚାଲିଛି।

Related story