ବାନାବାବା ମଠ ଉଚ୍ଛେଦ ଜମିକୁ ନିଜ ଅକ୍ତିଆରକୁ ନେଲେ ବାବାଙ୍କ ସମର୍ଥକ

କୋଣାର୍କ: କୋଣାର୍କର ବହୁଚର୍ଚ୍ଚିତ ବାନା ବାବା ଆଶ୍ରମକୁ ଆଜି ପୁଣି ନିଜ ଅକ୍ତିଆରକୁ ନେଇଛନ୍ତି ବାନା ବାବାଙ୍କ ସମର୍ଥକ। ୨୦ ଏକର ସରକାରୀ ଜଙ୍ଗଲ ଜମିକୁ ବାନା ବାବା ଜବର ଦଖଲ କରି ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏନେଇ ଅଭିଯୋଗ ହେବା ପରେ ବନ ବିଭାଗ ଏହାକୁ ଦଖଲକୁ ନେଇଥିଲା।  ୮ ମାସପରେ  ଏହି ସ୍ଥାନରେ ବାନାବାବା ସମର୍ଥକ ଯଜ୍ଞ କରିଥିଲେ।  ତାହାପରେ  ବାଡ଼ ଉପାଡି ଅଟ୍ଟାଳିକାର ତାଲା ଭାଙ୍ଗି ନିଜ ଅକ୍ତିଆରକୁ ନେଇଥିଲେ।