ବିଦେଶରେ ଚାକିରି ସ୍ୱପ୍ନ ଦେଖାଇ ଠକିନେଲେ ଲକ୍ଷାଧିକ ଟଙ୍କା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ରାଜ୍ୟରେ ନିଯୁକ୍ତି ସୁଯୋଗ ମିଳୁନି! ସେଥିପାଇଁ ବିଦେଶରେ ଚାକିରି କରିବା ପାଇଁ ଏକ ସଂସ୍ଥାରେ ପଞ୍ଜିକରଣ କରିଥିଲେ। ସେଥିପାଇଁ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ସମ୍ପୃକ୍ତ ସଂସ୍ଥା ମାଲେସିଆରେ ଚାକିରି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଛି। ଏପରି ଅଭିଯୋଗ ନୟାଗଡ଼ ଜିଲ୍ଲାରୁ ଆସିଛି। ନୟାଗଡ଼ ଟାଉନ୍‌ ଲକ୍ଷ୍ମଣ ନଗରଠାରେ ରବି ପାଢ଼ୀ ନାମକ ଜଣେ ବ୍ୟକ୍ତି ‘ସ୍ଵରାଧାନ’ ନାଁରେ ଏକ ଅଫିସ ଖୋଲିଥିଲେ। ସେଠାରେ […]

banapur-police-arreted

banapur-police-arreted

Manoranjan Sial
  • Published: Tuesday, 26 November 2019
  • Updated: 26 November 2019, 05:34 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ରାଜ୍ୟରେ ନିଯୁକ୍ତି ସୁଯୋଗ ମିଳୁନି! ସେଥିପାଇଁ ବିଦେଶରେ ଚାକିରି କରିବା ପାଇଁ ଏକ ସଂସ୍ଥାରେ ପଞ୍ଜିକରଣ କରିଥିଲେ। ସେଥିପାଇଁ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ସମ୍ପୃକ୍ତ ସଂସ୍ଥା ମାଲେସିଆରେ ଚାକିରି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଛି। ଏପରି ଅଭିଯୋଗ ନୟାଗଡ଼ ଜିଲ୍ଲାରୁ ଆସିଛି।

ନୟାଗଡ଼ ଟାଉନ୍‌ ଲକ୍ଷ୍ମଣ ନଗରଠାରେ ରବି ପାଢ଼ୀ ନାମକ ଜଣେ ବ୍ୟକ୍ତି ‘ସ୍ଵରାଧାନ’ ନାଁରେ ଏକ ଅଫିସ ଖୋଲିଥିଲେ। ସେଠାରେ ବେକାର ଯୁବକଙ୍କୁ ବିଦେଶରେ ଚାକିରି ଯୋଗାଇ ଦିଆଯାଉଥିଲା। ଏ ସମ୍ପର୍କରେ ଜାଣିପାରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଭେଟେଶ୍ୱର ଗାଁର ଅନେକ ଲୋକ ମାଲେସିଆରେ ଚାକିରି ପାଇଁ ଏହି ସଂସ୍ଥାରେ ନାମ ପଞ୍ଜିକରଣ କରିଥିଲେ। ସେଥିପାଇଁ ଜଣକା ୬୦ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ। ଟଙ୍କା ଜମା କରିବା ପରେ ସଂସ୍ଥା ପକ୍ଷରୁ ସେମାନଙ୍କୁ ପାସ୍‌ପୋର୍ଟ ଓ ଭିସା ଯୋଗାଇ ଦିଆଯାଇ ଥିଲା।

ତେବେ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ ‘ସ୍ୱରାଧାନ’ ସଂସ୍ଥା ଦେଇଥିବା ପାସ୍‌ପୋର୍ଟ ଓ ଭିସା ନକଲି। ପରେ ସେମାନେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରଣପୁର ଥାନା ପୁଲିସ ସଂସ୍ଥାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛି। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos