ବନ୍ଦେ ଉତ୍କଳ ଗାନ ପାଇଁ ସହଯୋଗ ଲୋଡ଼ିଲେ ନବୀନ: ବିଜେପିର ସ୍ୱାଗତ, କୋଶଳର ବିରୋଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ଆସନ୍ତା ୩୦ ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ’ ସଙ୍ଗୀତ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ଏନେଇ ପ୍ରମୁଖ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଦଳର ନେତାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ବେଳେ ବନ୍ଦେ ଉତ୍କଳ ସଙ୍ଗୀତ ଗାନକୁ ରାଜ୍ୟ ବିଜେପି ସ୍ୱାଗତ କରିଛି। କିନ୍ତୁ କୋଶଳ […]

dharmendra-and-naveen

dharmendra-and-naveen

Manoranjan Sial
  • Published: Thursday, 28 May 2020
  • Updated: 28 May 2020, 10:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ଆସନ୍ତା ୩୦ ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ’ ସଙ୍ଗୀତ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ଏନେଇ ପ୍ରମୁଖ ରାଜନୀତିକ ଦଳର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଦଳର ନେତାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ବେଳେ ବନ୍ଦେ ଉତ୍କଳ ସଙ୍ଗୀତ ଗାନକୁ ରାଜ୍ୟ ବିଜେପି ସ୍ୱାଗତ କରିଛି। କିନ୍ତୁ କୋଶଳ ସମନ୍ନୟ ସମିତି  ସିଧାସଳଖ ବିରୋଧ କରିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଏମ୍ ରାଜ୍ୟ ସଭାପତି ଅଳି ପଟ୍ଟନାୟକଙ୍କ ସହ ଟେଲିଫୋନରେ ଆଲୋଚନା କରି କରୋନା ଯୋଦ୍ଧାଙ୍କୁ ସମ୍ମାନରେ ଆସନ୍ତା ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଏହି ସମୟରେ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଯେଭଳି ଗାଇବେ ସେଥିପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ନିମନ୍ତେ ଅନୁରୋଧ କରିଥିଲେ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ସେ ସ୍ୱାଗତ କରିବା ସହ ନିଜ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏକ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଓ ଭାରତବର୍ଷ ଏକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଣ୍ଟଘଣ୍ଟା ଓ ଥାଳି ବଜାଇବା ସହ ଦୀପ ଜାଳିବାକୁ ଆହ୍ୱାନ କରିଥିଲେ। ସାରା ଦେଶ ଏହି ଆହ୍ୱାନରେ ଏକ ହୋଇ ଠିଆ ହୋଇଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କୋଶଳସମନ୍ନୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଅପିଲକୁ ସିଧାସଳଖ ବିରୋଧ କରିଛନ୍ତି। ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ଜାତୀୟ ସଙ୍ଗୀତ ଗାନ କରିବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ‘ବନ୍ଦେ ଉତ୍କଳ ଜନନୀ’ ସମ୍ବିଧାନସ୍ୱୀକୃତ ପ୍ରାଦେଶିକ ସଙ୍ଗୀତ ନୁହେଁ। ରାଜନୀତିକ ଦୃଷ୍ଟିରୁ ସ୍ୱତନ୍ତ୍ର ଓଡ଼ିଶା ଭୂଖଣ୍ଡ ଗଠନବେଳେ ୩ଟି ଭିନ୍ନ ଭିନ୍ନ ସାଂସ୍କୃତିକ ଭୂଖଣ୍ଡ ଉତ୍କଳ, କଳିଙ୍ଗ ଓ କୋଶଳକୁ ମିଶାଇ ଦିଆଗଲା। ଉତ୍କଳକୁ ଗୁରୁତ୍ୱ ଦିଆଯାଇ ଅନ୍ୟସବୁ ଅଞ୍ଚଳକୁ ଚାପି ଦିଆଯାଇଥିବାରୁ ସମ୍ବିଧାନ-୩ ଅନୁସାରେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ପାଇଁ ଦାବି କରୁଛି। ତେବେ ଏଭଳି ସମୟରେ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରିବା ଆମ ଅଞ୍ଚଳ ପାଇଁ ଗ୍ରହଣୀୟ ନୁହେଁ। ଉପକୂଳ ଓଡ଼ିଶାର ଲୋକମାନେ ଏହି ସଙ୍ଗୀତ ଗାନ କରନ୍ତୁ। କିନ୍ତୁ କୋଶଳର ପ୍ରାୟ ୨କୋଟି ଲୋକ ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ସେହି ସମୟରେ ଜାତୀୟ ସଙ୍ଗୀତ ଗାନ କରି ଶେଷରେ ‘ଜୟ କୋଶଳ’ କହିବାକୁ ସେ ଆହ୍ୱାନ ଦେଇଛନ୍ତି। କରୋନାକୁ ନେଇ ଏବେ ପ୍ରଚାରସର୍ବସ୍ୱ ଯୁଦ୍ଧ ଚାଲିଛି ଓ ଏଭଳି ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇବାକୁ ବାଧ୍ୟ କରାଯିବା କୋଶଳବାସୀଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story