ଜୟଦେବ ବାଟିକା ଲଭ୍‌ ସୁଇସାଇଡ୍‌ରେ ଟୁଇଷ୍ଟ: ପତ୍ନୀଙ୍କ ଅଭିଯୋଗ, ପ୍ରେମିକା ନେଇଛି ସ୍ୱାମୀଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋ କଅଁଳ ଛୁଆକୁ ତା’ ବାପା ଫେରାଇ ଦିଅ। ମୋ’ ସ୍ୱାମୀ ସେମିତି ନୁହଁନ୍ତି। ତାଙ୍କୁ ପ୍ଲାନିଂ କରି ଡାକିନେଇ ଗଛରେ ଟାଙ୍ଗି ଦିଆଯାଇଛି। ତାକୁ(ପ୍ରେମିକା) ଫଶି ଦିଅ।” ସ୍ୱାମୀ ଶଶିକାନ୍ତଙ୍କୁ ହରାଇବା ପରେ ଇଏ ହେଉଛି ପତ୍ନୀଙ୍କ କରୁଣ ଚିତ୍କାର। ଏକ ଘରୋଇ ବ୍ୟାଙ୍କରେ କରେନସି ଏକ୍ସଚେଞ୍ଜ ଶାଖାର ମ୍ୟାନେଜର ଥିଲେ ଶଶିକାନ୍ତି।

ଗତକାଲି ଭୁବନେଶ୍ୱର ଜୟଦେବ ବାଟିକାରେ ପ୍ରେମିକାଙ୍କ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ଶଶିକାନ୍ତ। ମାତ୍ର ଏହାକୁ ତାଙ୍କ ପତ୍ନୀ ସହଜରେ ଗ୍ରହଣ କରିବାରୁ ନାହାନ୍ତି। ଏଥିପାଇଁ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ପତ୍ନୀ। ଅନ୍ୟପକ୍ଷରେ ସ୍ୱାମୀଙ୍କର ଏହି ଅନୈତିକ ସଂପର୍କର ବିଷୟ ଆଦୌ ଜାଣିନଥିବା ପତ୍ନୀ କହିଛନ୍ତି। ଯଦି ପ୍ରେମିକା କିଛି ଜାଣିନାହାନ୍ତି, ତେବେ ତାଙ୍କ ସହ ପାର୍କ ଯାଇଥିଲେ କାହିଁକି? ନିଜ ପିନ୍ଧା ଓଢଣୀ ଦେଉଥିଲେ କାହିଁକି? ଆତ୍ମହତ୍ୟାରୁ ବାରଣ କରିବା ତ ଦୂରର କଥା, ବଡ଼ ପାଟି କରି ବଞ୍ଚାଇବାକୁ ଉଦ୍ୟମ କଲେନି କାହିଁକି ବୋଲି ଶଶିକାନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏପଟେ ଫୋରେନସିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି।

ପ୍ରେମିକା ସାମ୍ନାରେ ପ୍ରେମିକର ଲାଇଭ ସୁଇସାଇଡ ମୁକ ସାକ୍ଷୀ ପ୍ରେମିକା। ଏଠି ପ୍ରଶ୍ନ ଉଠୁଛି, ଏତେ ଦିନର ପ୍ରେମ ସଂପର୍କରେ ଏପରି କଣ ଘଟିଲା, ଯେଉଁଥିପାଇଁ ଶଶିକାନ୍ତ ପଣ୍ଡା ଆତ୍ମହତ୍ୟା କଲେ। ଶଶିକାନ୍ତଙ୍କ ମୃତ୍ୟୁ ପାଇଁ  ପ୍ରେମିକାର ଭୂମିକା ରହିଛି  କି ନାହିଁ ତାହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ତେବେ ଏହି ଆତ୍ମହତ୍ୟା ଘଟଣା ପରେ ପାର୍କରେ ସାମାନ୍ୟ କଟକଣା କରାଯାଇଛି। କାଲିଠାରୁ ପ୍ରେମିକାକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି।

Ordigital Desk
• Published: Tuesday, 03 April 2018
• Updated: 03 April 2018, 10:03 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos