ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ମୁତାରିଫା ପଞ୍ଚାୟତର ଭୟରପୁର ଗାଁରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ବ୍ୟାଙ୍କରେ ଜାଲିଆତି କରି ଲୋନ୍ ଉଠାଇ ଲକ୍ଷାଧିକ ଟଙ୍କା ଠକେଇ ହେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୮ମାସ ତଳୁ ଲୋନ ହେଇ ନସୁଝିବାରୁ ଶେଷରେ ବ୍ୟାଙ୍କ କର୍ମଚାରୀ ଘରକୁ ନୋଟିସ ନେଇ ପହଞ୍ଚିବାରୁ ଏହି ଘଟଣା ସାମ୍ନାକୁ ଆସିଛି।
ଜାଲ ଦସ୍ତଖତ ଓ ଅଜଣା ଲୋକଙ୍କ ଫଟୋ ଲଗାଇ ସାଲେପୁର ଶାଖା ଏଚ୍ଡିଏଫ୍ସି ବ୍ୟାଙ୍କରେ ଏଭଳି ଠକେଇ ହୋଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ଯେଉଁମାନଙ୍କ ନାମରେ ଜାଲିଆତି ହୋଇଛି ସେମାନେ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ପଞ୍ଚାୟତର ସଞ୍ଜୁ ବେହେରା, ଜୁଲି ଦାଶ, ପ୍ରତିମା ବେହେରା ପ୍ରମୁଖ ଏମିତି ଅଭିଯୋଗ ଆଣିଛନ୍ତି।
ମିଲି ପ୍ରଭା ଆଚାର୍ଯ୍ୟ ନାମକ ଜଣେ ଅଭିଯୋଗକାରୀ କହିଛନ୍ତି ଯେ, ଆମେ ଏ ବିଷୟରେ କିଛି ଜାଣି ନଥିଲୁ ବ୍ୟାଙ୍କ୍ ସାର ଗଲା ପରେ ଜାଣିଲୁ। ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଏଭଳି କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।