ଆଜିଠାରୁ ବରଗଡ଼ରେ କଂସଙ୍କ ରାଜୁତି

<p>ବରଗଡ଼: ଆଜିଠୁ ଆରମ୍ଭ ହେଉଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱର ସର୍ବ ବୃହତ୍ ରଙ୍ଗମଞ୍ଚରେ ଚାଲିବ ଧନୁଯାତ୍ରା ମହୋତ୍ସବ। ବରଗଡ଼ ପାଲଟିବ ମଥୁରା ନଗରୀ। ଏଠି ଚାଲିବ ମହାରାଜ କଂସଙ୍କ ରାଜୁତି। ଠିକ୍ ସେହିପରି ଅମ୍ବାପାଲି ପାଲଟିବ ଗୋପପୁର। ଯେଉଁଠି ମଞ୍ଚସ୍ଥ ହେବ କୃଷ୍ଣ, ବଳରାମଙ୍କ ଲୀଳାଖେଳ। ରାଜଦରବାର ଓ ରଙ୍ଗମହଲ କାମ ସରିଥିବା ବେଳେ ଏବେ ଯାତ୍ରା ଅପେକ୍ଷାରେ ଦର୍ଶକ। ୧୧୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଓସାରରେ ପ୍ରସ୍ତୁତ ହୋଇଛି ମହାରାଜ କଂସଙ୍କ ରାଜ ଦରବାର। ସେହିପରି ୧୨୦ଫୁଟ ଓସାର ଓ ୬୫ଫୁଟ ଲମ୍ବରେ ପ୍ରସ୍ତୁତ ହୋଇଛି ରଙ୍ଗ ମହଲ। ଧନୁଯାତ୍ରା ପାଇଁ ସହରର ଜର୍ଜ ହାଇସ୍କୁଲ ପଡ଼ିଆଠାରେ ମୀନା ବଜାର ମଧ୍ୟ ପଡ଼ିଛି।</p>

Ordigital Desk
  • Published: Saturday, 23 December 2017
  • Updated: 23 December 2017, 09:02 AM IST

Sports

Latest News

<p>ବରଗଡ଼: ଆଜିଠୁ ଆରମ୍ଭ ହେଉଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱର ସର୍ବ ବୃହତ୍ ରଙ୍ଗମଞ୍ଚରେ ଚାଲିବ ଧନୁଯାତ୍ରା ମହୋତ୍ସବ। ବରଗଡ଼ ପାଲଟିବ ମଥୁରା ନଗରୀ। ଏଠି ଚାଲିବ ମହାରାଜ କଂସଙ୍କ ରାଜୁତି। ଠିକ୍ ସେହିପରି ଅମ୍ବାପାଲି ପାଲଟିବ ଗୋପପୁର। ଯେଉଁଠି ମଞ୍ଚସ୍ଥ ହେବ କୃଷ୍ଣ, ବଳରାମଙ୍କ ଲୀଳାଖେଳ। ରାଜଦରବାର ଓ ରଙ୍ଗମହଲ କାମ ସରିଥିବା ବେଳେ ଏବେ ଯାତ୍ରା ଅପେକ୍ଷାରେ ଦର୍ଶକ। ୧୧୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଓସାରରେ ପ୍ରସ୍ତୁତ ହୋଇଛି ମହାରାଜ କଂସଙ୍କ ରାଜ ଦରବାର। ସେହିପରି ୧୨୦ଫୁଟ ଓସାର ଓ ୬୫ଫୁଟ ଲମ୍ବରେ ପ୍ରସ୍ତୁତ ହୋଇଛି ରଙ୍ଗ ମହଲ। ଧନୁଯାତ୍ରା ପାଇଁ ସହରର ଜର୍ଜ ହାଇସ୍କୁଲ ପଡ଼ିଆଠାରେ ମୀନା ବଜାର ମଧ୍ୟ ପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos