ବାରଙ୍ଗ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା, ଆଜୀବନ କଏଦୀ ପଦିଆର ମୃତ୍ୟୁ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆଜୀବନ କଏଦୀ ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଝାରପଡ଼ା ଜେଲରେ ରହୁଥିଲେ ପଦିଆ। ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଗତ ୨୧ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଦିଆ। ୧୯୯୯ ବାରଙ୍ଗ ଅଞ୍ଚଳରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିଲେ ପଦିଆ। ୧୯୯୯ ଜାନୁଆରୀ ୯ ତାରିଖରେ ମସିହାରେ ବାରଙ୍ଗରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣା। ଯାହା ସାରା ରାଜ୍ୟକୁ ଦୋହଲାଇଦେଇଥିଲା। ଏମିତିକି ତତ୍କାଳୀନ […]

gang

gang

Tapas Behera
  • Published: Monday, 24 February 2020
  • Updated: 24 February 2020, 10:23 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆଜୀବନ କଏଦୀ ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଝାରପଡ଼ା ଜେଲରେ ରହୁଥିଲେ ପଦିଆ। ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଗତ ୨୧ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଦିଆ। ୧୯୯୯ ବାରଙ୍ଗ ଅଞ୍ଚଳରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିଲେ ପଦିଆ।
୧୯୯୯ ଜାନୁଆରୀ ୯ ତାରିଖରେ ମସିହାରେ ବାରଙ୍ଗରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣା। ଯାହା ସାରା ରାଜ୍ୟକୁ ଦୋହଲାଇଦେଇଥିଲା। ଏମିତିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବନ୍ଧୁଙ୍କର ହାତ ଥିବା ଅଭିଯୋଗ ହୋଇଥିଲା । ପରିଶେଷରେ ତାଙ୍କ ଚୌକି ବି ଯାଇଥିଲା।

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସମ୍ପୃକ୍ତ ମହିଳା ଜଣକ ତାଙ୍କ ସାମ୍ବାଦିକା ବାନ୍ଧବୀଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ। ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ୩ଜଣ ସେହି ବାନ୍ଧବୀଙ୍କ ସାମ୍ନାରେ ସେଇ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏ ଘଟଣାରେ ପଦିଆଙ୍କ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।  ପରବର୍ତ୍ତୀ ସମୟରେ ଉଭୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos