ଗୁହାଳ ଭିତରେ ବିଧବାଙ୍କୁ ଗଣଦୁଷ୍କର୍ମ: ୩ ଅଭିଯୁକ୍ତଙ୍କୁ ଛେଚିଲେ ଗାଁ ଲୋକ

ବାରିପଦା: ଗାଁ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ଛେଚା ଖାଇଲେ ତିନି ଗଣ ଦୁଷ୍କର୍ମ ଅଭିଯୁକ୍ତ। ଗତକାଲି ରାତିରେ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗରୁ ପ୍ରକାଶ, ଗତକାଲି ରାତି ୨ଟା ବେଳେ ୩ ଅଭିଯୁକ୍ତ ପ୍ରଥମେ ବିଧବାଙ୍କ ଘରର ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ପରେ ବିଦ୍ୟୁତ୍‌ ମରାମତିର ବାହାନା କରି ଘରେ ପଶି ଜଣେ ବିଧବାଙ୍କୁ ଉଠାଇ ନେଇ ଗୁହାଳରେ […]

baripada rape

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 05:40 PM IST

ବାରିପଦା: ଗାଁ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ଛେଚା ଖାଇଲେ ତିନି ଗଣ ଦୁଷ୍କର୍ମ ଅଭିଯୁକ୍ତ। ଗତକାଲି ରାତିରେ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗରୁ ପ୍ରକାଶ, ଗତକାଲି ରାତି ୨ଟା ବେଳେ ୩ ଅଭିଯୁକ୍ତ ପ୍ରଥମେ ବିଧବାଙ୍କ ଘରର ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ପରେ ବିଦ୍ୟୁତ୍‌ ମରାମତିର ବାହାନା କରି ଘରେ ପଶି ଜଣେ ବିଧବାଙ୍କୁ ଉଠାଇ ନେଇ ଗୁହାଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କବାଟ ଖୋଲାଥିବା ଦେଖି ବିଧବାଙ୍କ ବାପା ପଦୁ(ଛଦ୍ମନାମ) ବାହାରକୁ ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ। ପିଲା ଚୋର ବୋଲି ସନ୍ଦେହ କରି ପଦୁ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରିନେଇଥିଲେ। ଚିତ୍କାର ଶୁଣି ଗାଁ ଲୋକେ ଉଠିପଡ଼ି ସେମାନଙ୍କୁ କାବୁ କରିନେଇଥିଲେ। ପରେ ସେମାନଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଆଜି ସକାଳେ ପୋଲିସ ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story