ବର୍ଷା ଓ ଫସଲ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ଫସଲ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୬ ପ୍ରତିଶତ କମ ରହିଥିବା ଜଣାପଡିଛି। ପୁରୀ ଓ ଜଗତସିଂପୁର ଜିଲ୍ଲାରେ କମ୍ ବର୍ଷା ହୋଇଛି। ସେଥିପାଇଁ ଏହି ଦୁଇ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କେନାଲଗୁଡିକର ପୁନରୁଦ୍ଧାର ପାଇଁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଆବଶ୍ୟକ ହେଲେ ଚାଷୀମାନଙ୍କୁ କମ ସମୟରେ […]

naveen

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 12:34 PM IST

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ଫସଲ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୬ ପ୍ରତିଶତ କମ ରହିଥିବା ଜଣାପଡିଛି। ପୁରୀ ଓ ଜଗତସିଂପୁର ଜିଲ୍ଲାରେ କମ୍ ବର୍ଷା ହୋଇଛି। ସେଥିପାଇଁ ଏହି ଦୁଇ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କେନାଲଗୁଡିକର ପୁନରୁଦ୍ଧାର ପାଇଁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଆବଶ୍ୟକ ହେଲେ ଚାଷୀମାନଙ୍କୁ କମ ସମୟରେ ଅମଳ ହୋଇପାରୁଥିବା ଧାନ, ଡାଲି ଓ ତୈଳବୀଜ ଶସ୍ୟର ବିହନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି।

 

Related story