ଅଭିଯୁକ୍ତକୁ ଚିହ୍ନି ପାରିଲାନି ପୋଲିସ; ବସରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର ମାମଲା ବନ୍ଦ

ଭୁବନେଶ୍ୱର: ବସ୍‌ରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମାମଲାକୁ ବନ୍ଦ କଲା କମିଶନରେଟ୍‌ ପୋଲିସ। ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ୱାଇ.ବି.ଖୁରାନିଆ। ସେ କହିଛନ୍ତି,“ବସରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଜଣକ ନିୟମିତ ଯାତ୍ରୀ ନୁହନ୍ତି। ସେଥିପାଇଁ ତାଙ୍କୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ। ସେହିପରି ମହିଳା ସାମ୍ୱାଦିକା ଜଣକ ଲିଖିତ ଅଭିଯୋଗ କରିବାକୁ ମନା କରିଥିଲେ। ଫେସ୍‌ବୁକ୍‌ ତଥ୍ୟ ଆଧାରରେ ପୋଲିସ ତଦନ୍ତ କରୁଥିଲା। ସର୍ଭିସ୍‌ ପ୍ରୋଭାଇଡରଙ୍କ ତ୍ରୁଟି ଯୋଗୁଁ ୧୦୦ କଲ୍‌ […]

C9rwi7PXgAAcOiZ

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 05:11 PM IST

ଭୁବନେଶ୍ୱର: ବସ୍‌ରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମାମଲାକୁ ବନ୍ଦ କଲା କମିଶନରେଟ୍‌ ପୋଲିସ। ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ୱାଇ.ବି.ଖୁରାନିଆ।

ସେ କହିଛନ୍ତି,“ବସରେ ମହିଳା ସାମ୍ୱାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଜଣକ ନିୟମିତ ଯାତ୍ରୀ ନୁହନ୍ତି। ସେଥିପାଇଁ ତାଙ୍କୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ। ସେହିପରି ମହିଳା ସାମ୍ୱାଦିକା ଜଣକ ଲିଖିତ ଅଭିଯୋଗ କରିବାକୁ ମନା କରିଥିଲେ। ଫେସ୍‌ବୁକ୍‌ ତଥ୍ୟ ଆଧାରରେ ପୋଲିସ ତଦନ୍ତ କରୁଥିଲା। ସର୍ଭିସ୍‌ ପ୍ରୋଭାଇଡରଙ୍କ ତ୍ରୁଟି ଯୋଗୁଁ ୧୦୦ କଲ୍‌ ହୋଇନଥିଲା। ମହିଳା ସାମ୍ୱାଦିକା ଡାଏଲ କରିଥିଲେ ମଧ୍ୟ ରିଂ ହୋଇନଥିଲା। ବ୍ୟବସ୍ଥା ଠିକ୍‌ କରିବାକୁ ସର୍ଭିସ ପ୍ରୋଭାଇଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

Related story