ଆଇଟିଇଆର ଫେକ୍‌ ପ୍ଲେସମେଣ୍ଟ: ତୃତୀୟ ଅଭିଯୁକ୍ତ ଗିରଫ, ମିଛ ପରିଚୟରେ ୫ ଥର ଓଡ଼ିଶା ଆସିଥିଲା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଅଧିନସ୍ଥ ଆଇଟିଇଆର କଲେଜର ଫେକ୍ ପ୍ଲେସମେଣ୍ଟ ମାମଲାରେ ଆଉ ଜଣେ ଗିରଫ। ଭୁବନେଶ୍ୱର କମିଶନରେଟ ପୋଲିସ ତାଙ୍କୁ ହରିଆଣାର ଗୁରୁଗ୍ରାମରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ହେଉଛନ୍ତି ବିକାଶ ଲୁନାୟଚ୍। ନିଜକୁ ଏମ୍‌ବିଏ ଛାତ୍ର ଭାବେ ପରିଚୟ ଦେଇ ବିକାଶ ୫ ଥର ଓଡ଼ିଶା ଆସିଥିଲା। ଏନେଇ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ତେବେ ଏହି ଜାଲିଆତିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ […]

vlcsnap-2017-06-29-15h55m27s818-720x430

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 06:13 PM IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଅଧିନସ୍ଥ ଆଇଟିଇଆର କଲେଜର ଫେକ୍ ପ୍ଲେସମେଣ୍ଟ ମାମଲାରେ ଆଉ ଜଣେ ଗିରଫ। ଭୁବନେଶ୍ୱର କମିଶନରେଟ ପୋଲିସ ତାଙ୍କୁ ହରିଆଣାର ଗୁରୁଗ୍ରାମରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ହେଉଛନ୍ତି ବିକାଶ ଲୁନାୟଚ୍। ନିଜକୁ ଏମ୍‌ବିଏ ଛାତ୍ର ଭାବେ ପରିଚୟ ଦେଇ ବିକାଶ ୫ ଥର ଓଡ଼ିଶା ଆସିଥିଲା। ଏନେଇ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ।

ତେବେ ଏହି ଜାଲିଆତିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ପୋଲିସ ବିକାଶକୁ ରିମାଣ୍ଡରେ ଆଣିବ। ଏହିମାମଲାରେ ପୂର୍ବରୁ ରାଜକୁମାର ହୋତା ଓ ମାନସ ନାୟକ ଗିରଫ ହୋଇଥିଲେ।

Related story