ମା’ଙ୍କ ଭସାଣି ପାଇଁ କଟକ, ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର/କଟକ: ଆସନ୍ତାକାଲି ମା’ ଦୁର୍ଗାଙ୍କ ଭସାଣି ଉତ୍ସବ। ଏଥିପାଇଁ ଭୁବନେଶ୍ୱର ଓ କଟକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭସାଣି ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଦୁଇ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ କିପରି ଯଥା ସମୟରେ ବିସର୍ଜନ ସରିବ ସେ ନେଇ ମଧ୍ୟ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମା’ଙ୍କ ବିସର୍ଜନ ପାଇଁ ଭୁବନେଶ୍ୱରରେ କୁଆଖାଇ, ଦୟା ଓ ଭାର୍ଗବୀ କୂଳରେ ୩ଟି ଅସ୍ଥାୟୀ ପୋଖରୀ କରାଯାଇଛି। ରାତି ୧୨ ସୁଦ୍ଧା ବିସର୍ଜନ ସାରିବାକୁ ପୂଜା କମିଟି କର୍ମକର୍ତ୍ତାଙ୍କୁ କୁହାଯାଇଛି। ଭସାଣି ଶୋଭାଯାତ୍ରା ବେଳେ ଡିଜେ ସାଉଁଣ୍ଡ ୫୮ ଡେସିବେଲ ରହିବ। ସୁରକ୍ଷା ଦୃଷ୍ଟିରୁ ସହରରେ ୩୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯିବ। ତଦାରଖ ଦାୟିତ୍ୱରେ ଅତିରିକ୍ତ ଡିସିପି ରାଙ୍କର ୫ ଅଫିସର, ଏସିପି ଓ ଡିସିପିଙ୍କୁ ମିଶାଇ ୧୨ ଜଣ ଅଧିକାରୀ ରହିବେ। ଏହାଛଡ଼ା ୨୩ ଜଣ ଇନ୍‌ପେକ୍ଟର, ଏସ୍‌ଆଇ, ଏଏସ୍‌ଆଇ ମିଶି ୧୨୨ ଜଣ ନିୟୋଜିତ ହେବେ। ଏସ୍‌ଓଜି, କ୍ୟୁଆର୍‌ଟି, ଆଣ୍ଟି-ଟେରର୍‌ ସ୍କ୍ୱାଡ଼ ଓ ସାଦା ପୋଷାକରେ ସୁରକ୍ଷା କର୍ମୀ ମୁତୟନ ରହିବେ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ସେହିପରି କଟକରେ ମା’ଙ୍କ ବିସର୍ଜନ ପାଇଁ ଦେବୀଗଢ଼ାରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୪ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୧୮ଟି ସ୍ଥାନରେ ୫୦ଟି ସିସିଟିଭି ଲଗାଯାଇଛି। ସକାଳ ୮ଟାରୁ ଭସାଣି ଶୋଭାଯାତ୍ରା ଅରମ୍ଭ ହେବ। ଭସାଣି ଉତ୍ସବ ସମୟରେ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି।

ଆହୁରି ପଢ଼ନ୍ତୁ

ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ଧରି ପ୍ରବଳ ବର୍ଷିବ!

OSAP ଷଷ୍ଠ ବାଟାଲିଅନରେ ୧୬ ଯବାନଙ୍କୁ କରୋନା

ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

‘ଓଟିଭି ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ’

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’

କୁକୁର ସାମ୍ନାକୁ ଚାଲି ଆସିବାରୁ ଗଛରେ ପିଟି ହେଲା ବୋଲେରୋ!

ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୬୮ ଲୋକାଲ୍‌ କେସ୍‌

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ୱର୍ଦ୍ଧନା

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ-ଏସ୍‌ଓଜି ମୁହାଁମୁହିଁ

ପଲିଥିନ୍‌ ତଳେ କଟୁଛି ଜୀବନ