ମୁହଁରେ କଳାକପଡ଼ା, ବେକରେ ଫାଶି ଦଉଡ଼ି…

ଭୁବନେଶ୍ୱର: ବିଭିନ୍ନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଅଭିନବ ଉପାୟରେ ବିକ୍ଷୋଭ କରିଛି।  ବେକରେ ଫାଶିର ଦଉଡି ଝୁଲାଇ ଓ ମୁଣ୍ଡରେ କଳା କପଡ଼ା ପିନ୍ଧି ଶିକ୍ଷକମାନେ ପ୍ରତିବାଦ କରିଛନ୍ତି। ଯେପରି ଜଣେ ଅଭିଯୁକ୍ତଙ୍କୁ ଫାଶି ଦିଆଯାଇଥାଏ।  ଶିକ୍ଷକଙ୍କର ଏପରି ଅଭିନବ ଉପାୟରେ ବିକ୍ଷୋଭ କରିବା ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ବାଟରେ ଯାଉଥିବା ପଥଚାରୀ ମଧ୍ୟ ଏହି ଦୃଶ୍ୟକୁ କିଛି ସମୟ ଠିଆ ହୋଇ ଦେଖୁଛନ୍ତି।

ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ୍ ଇନଷ୍ଟ୍ରରମାନଙ୍କୁ ପୂର୍ଣ୍ଣ ଶିକ୍ଷକଙ୍କ ମାନ୍ୟତା ପ୍ରଦାନ, ଚାକିରିରେ ସର୍ତ୍ତାବଳୀ ଲାଗୁ, କ୍ରୀଡା ଶିକ୍ଷକଙ୍କ ଲାଗି ପାଠ୍ୟ ଖସଡା ଓ ଅଣ ତାଲିମପ୍ରାପ୍ତ କ୍ରୀଡା ଶିକ୍ଷକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା ଆଦି ଦାବି କରିଛି ସଂଘ।

ଆନ୍ଦୋଳନକାରୀ ଶିକ୍ଷକ କହିଛନ୍ତି- “ଆମେ ୧୦ ଦିନ ଧରି ଆନ୍ଦୋଳନ କରିଆସୁଛୁ। ଏପର୍ଯ୍ୟନ୍ତ ସରକାର ସ୍ତରରେ କୌଣସି ଆଲୋଚନା ହୋଇନାହିଁ।  ପୂର୍ଣ୍ଣ ନିଯୁକ୍ତି ପାଇଁ ସରକାରଙ୍କ କହିଆସୁଛୁ। କିନ୍ତୁ ସରକାର ଆମ କଥାକୁ କର୍ଣ୍ଣପାତ କରୁ ନାହାଁନ୍ତି। ସରକାର ଶିକ୍ଷାର ମାନ ବଢ଼ାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଶିକ୍ଷକମାନଙ୍କୁ ନିମ୍ନସ୍ତରରେ ରଖି ଶିକ୍ଷାରମାନ କେବେ ବଢ଼ି ପାରିବ ନାହିଁ।”

Ordigital Desk
• Published: Wednesday, 13 December 2017
• Updated: 13 December 2017, 01:37 PM IST

Sports

Latest News

ଭୁବନେଶ୍ୱର: ବିଭିନ୍ନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଅଭିନବ ଉପାୟରେ ବିକ୍ଷୋଭ କରିଛି।  ବେକରେ ଫାଶିର ଦଉଡି ଝୁଲାଇ ଓ ମୁଣ୍ଡରେ କଳା କପଡ଼ା ପିନ୍ଧି ଶିକ୍ଷକମାନେ ପ୍ରତିବାଦ କରିଛନ୍ତି। ଯେପରି ଜଣେ ଅଭିଯୁକ୍ତଙ୍କୁ ଫାଶି ଦିଆଯାଇଥାଏ।  ଶିକ୍ଷକଙ୍କର ଏପରି ଅଭିନବ ଉପାୟରେ ବିକ୍ଷୋଭ କରିବା ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ବାଟରେ ଯାଉଥିବା ପଥଚାରୀ ମଧ୍ୟ ଏହି ଦୃଶ୍ୟକୁ କିଛି ସମୟ ଠିଆ ହୋଇ ଦେଖୁଛନ୍ତି।

ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ୍ ଇନଷ୍ଟ୍ରରମାନଙ୍କୁ ପୂର୍ଣ୍ଣ ଶିକ୍ଷକଙ୍କ ମାନ୍ୟତା ପ୍ରଦାନ, ଚାକିରିରେ ସର୍ତ୍ତାବଳୀ ଲାଗୁ, କ୍ରୀଡା ଶିକ୍ଷକଙ୍କ ଲାଗି ପାଠ୍ୟ ଖସଡା ଓ ଅଣ ତାଲିମପ୍ରାପ୍ତ କ୍ରୀଡା ଶିକ୍ଷକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା ଆଦି ଦାବି କରିଛି ସଂଘ।

ଆନ୍ଦୋଳନକାରୀ ଶିକ୍ଷକ କହିଛନ୍ତି- “ଆମେ ୧୦ ଦିନ ଧରି ଆନ୍ଦୋଳନ କରିଆସୁଛୁ। ଏପର୍ଯ୍ୟନ୍ତ ସରକାର ସ୍ତରରେ କୌଣସି ଆଲୋଚନା ହୋଇନାହିଁ।  ପୂର୍ଣ୍ଣ ନିଯୁକ୍ତି ପାଇଁ ସରକାରଙ୍କ କହିଆସୁଛୁ। କିନ୍ତୁ ସରକାର ଆମ କଥାକୁ କର୍ଣ୍ଣପାତ କରୁ ନାହାଁନ୍ତି। ସରକାର ଶିକ୍ଷାର ମାନ ବଢ଼ାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଶିକ୍ଷକମାନଙ୍କୁ ନିମ୍ନସ୍ତରରେ ରଖି ଶିକ୍ଷାରମାନ କେବେ ବଢ଼ି ପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos