ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇଛନ୍ତି ବିଡିଓ!

କୋଇଡା(ସୁନୀଲ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇଛନ୍ତି ବିଡିଓ! ଗାଁକୁ ନଯାଇ ଅଫିସ୍‌ରେ ବସି ରିପୋର୍ଟ ପ୍ରସ୍ତୁତ କରି ଦେଇଥିବା ଆଲୋଚନା ହେଉଛି। ବିଡିଓ ମହାଶୟ କେବଳ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇନାହାନ୍ତି, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ମଧ୍ୟ ଦେଇଛନ୍ତି। ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଡିଓ କାହିଁକି ମିଛ ରିପୋର୍ଟ ଦେଲେ ବୋଲି ଗାଁ ଲୋକ ପ୍ରଶ୍ନ କରିଛନ୍ତି। ପୂରା […]

Koida

Koida

Manoranjan Sial
  • Published: Thursday, 07 July 2022
  • Updated: 07 July 2022, 10:14 PM IST

କୋଇଡା(ସୁନୀଲ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇଛନ୍ତି ବିଡିଓ! ଗାଁକୁ ନଯାଇ ଅଫିସ୍‌ରେ ବସି ରିପୋର୍ଟ ପ୍ରସ୍ତୁତ କରି ଦେଇଥିବା ଆଲୋଚନା ହେଉଛି। ବିଡିଓ ମହାଶୟ କେବଳ ଜିଲ୍ଲାପାଳଙ୍କୁ ମିଛ ରିପୋର୍ଟ ଦେଇନାହାନ୍ତି, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ମଧ୍ୟ ଦେଇଛନ୍ତି। ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଡିଓ କାହିଁକି ମିଛ ରିପୋର୍ଟ ଦେଲେ ବୋଲି ଗାଁ ଲୋକ ପ୍ରଶ୍ନ କରିଛନ୍ତି।

ପୂରା ଘଟଣାଟି ଏମିତି। କୋଇଡ଼ା ବ୍ଲକ୍‌ କାଲଟା ପଞ୍ଚାୟତ ରୋଲେ କ୍ୟାମ୍ପରେ ୧୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଆଦିବାସୀ ଶ୍ରେଣୀର। ଖଣି ଖାଦାନରେ କାମଦାମ କରି ଚଳନ୍ତି। ହେଲେ ଏହି ଗାଁ ଲୋକଙ୍କ ବଡ଼ ଦୁଃଖ ହେଉଛି ପାଣି। ଶୋଷ ମେଟାଇବା ପାଇଁ ଗାଁରେ ପୂର୍ବରୁ ୩ଟି ନଳକୂପ ଖୋଳାଯାଇଥିଲା। ସେଥିରୁ ଗୋଟିଏ ନଳକୂପର ଚାରି ପାର୍ଶ୍ୱରେ ବାଡ଼ ଦିଆଯାଇଥିବା ବେଳେ ଅନ୍ୟ ଦୁଇଟିରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି। ସେହି ପାଣି ପିଇବା ଯୋଗ୍ୟ ନୁହେଁ। ତେଣୁ ଗାଁ ଲୋକେ ସମିଜ ନାଳ ଉପରେ ନିର୍ଭର କରୁଛନ୍ତି।

ସମିଜ ନାଳର ଗୁଳିଆ ଓ ଅପରିଷ୍କାର ପାଣିକୁ ଗାଁ ଲୋକେ ପିଇବା ସହିତ ନିତ୍ୟକର୍ମରେ ବ୍ୟବହାର କରୁଛନ୍ତି। ସବୁଠାରୁ ଦୁଃଖଦ ଘଟଣା ହେଉଛି, ଯେଉଁ ନାଳରୁ ଗାଁ ଲୋକେ ପାଣି ନେଇ ପିଉଛନ୍ତି, ସେଇଠି ଘୁଷୁରି ଗାଧୋଉଛି। କହିବାକୁ ଗଲେ ଗୋଟିଏ ତୁଠରେ ଘୁଷୁରି ଓ ମଣିଷ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚେଇଁ ଉଠିଥିଲା ରାଇଜ ମୁଖିଆଙ୍କ ଅଭିଯୋଗ ପ୍ରକୋଷ୍ଠ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲା। ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ କୋଇଡା ବିଡିଓ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ହେଲେ ବିଡ଼ିଓ ଓ ଅନ୍ୟ ଅଧିକାରୀମାନେ ଗାଁକୁ ଗଲେ କି ନାହିଁ ଜଣାନାହିଁ। କିନ୍ତୁ ଗତ ୩୦ ତାରିଖରେ ଜିଲ୍ଲାପାଳଙ୍କ ପାଖରେ ରିପୋର୍ଟ ଦାଖଲ କରିଛନ୍ତି।

ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟକୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଟ୍ୱିଟ୍‌ କରିଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ ରୋଲେ କ୍ୟାମ୍ପରେ ୬୦ ପରିବାରରେ ୧୫୦ ଲୋକ ବସବାସ କରୁଛନ୍ତି। ସେହି ଗାଁରେ ୮ଟି ନଳକୂଅ ରହିଛି। ସେଥିରୁ ସ୍ୱଚ୍ଛ ପାଣି ବାହାରୁଛି। ଏହାଛଡ଼ା ପ୍ରତିଦିନ ସେଲ୍‌ ତରଫରୁ ପାନୀୟ ଜଳ ମଧ୍ୟ ଯୋଗାଣ ହେଉଛି। ଗାଁକୁ ଖୁବ୍‌ ଶୀଘ୍ର ମେଗା ପାନୀୟ ଜଳ ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କୁହାଯାଇଛି।

ବ୍ଲକ ପ୍ରଶାସନ ଦେଇଥିବା ରିପୋର୍ଟ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେଲ୍‌ ତରଫରୁ ଟ୍ୟାଙ୍କର ଜରିଆରେ ପ୍ରତ୍ୟେକ ଦିନ ପାନୀୟଜଳ ପ୍ରଦାନକୁ ଗାଁ ଲୋକେ ଖଣ୍ଡନ କରିଛନ୍ତି। ଆଜି ପର୍ଯ୍ୟନ୍ତ ଗାଁକୁ ପାଣି ଟ୍ୟାଙ୍କର ଆସିନାହିଁ। ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି ଗାଁ ଲୋକେ କହିଛନ୍ତି। ତେବେ ଏଭଳି ଏକ ତଥ୍ୟ ସମ୍ନାକୁ ଆସିବା ପରେ କୋଇଡା ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ମାତ୍ର ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story