ଅଳସୀ ଫୁଲ ଚାଦରରେ ଘୋଡେଇ ହୋଇଛି କାଞ୍ଜିପାଣି ଘାଟି

ତେଲକୋଇ(ଚିନ୍ମୟ କୁମାର ସାହୁ): ଶୀତୁଆ ସକାଳର ଘନ କୁହୁଡ଼ି। ତାହାରି ଭିତରେ ଅଳସ ଭାଙ୍ଗୁଛି ଅଳସୀ ଫୁଲ। ସବୁଜିମା ପାହାଡ଼ରେ ଘୋଡାଇ ହୋଇଯାଇଛି ହଳଦୀଆ ଚାଦର ପରି। ଅଳସୀ ଫୁଲକୁ ଚୁମୁ ଥିବା ପାହାଡ଼ିଆ ଦୁଷ୍ଟ ପ୍ରଜାପତିର ଅଙ୍ଗଭଙ୍ଗୀ ସୁନ୍ଦର ପରିବେଶକୁ ଅଧିକ ରୋମାଂଚିତ କରୁଛି। ପର୍ଯ୍ୟଟକ ହୁଅନ୍ତୁ ବା ପଥଚାରି ସମସ୍ତଙ୍କ ଆଳସ୍ୟ ଭାଙ୍ଗୁଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିର ଅଳସୀ ଫୁଲର ସୌନ୍ଦର୍ଯ୍ୟ। କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟି ଓ ବାଂଶପାଳ ବ୍ଲକରେ ଥିବା […]

Kangipani-Ghati

Kangipani-Ghati

Manoranjan Sial
  • Published: Saturday, 27 November 2021
  • Updated: 27 November 2021, 04:10 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ଶୀତୁଆ ସକାଳର ଘନ କୁହୁଡ଼ି। ତାହାରି ଭିତରେ ଅଳସ ଭାଙ୍ଗୁଛି ଅଳସୀ ଫୁଲ। ସବୁଜିମା ପାହାଡ଼ରେ ଘୋଡାଇ ହୋଇଯାଇଛି ହଳଦୀଆ ଚାଦର ପରି। ଅଳସୀ ଫୁଲକୁ ଚୁମୁ ଥିବା ପାହାଡ଼ିଆ ଦୁଷ୍ଟ ପ୍ରଜାପତିର ଅଙ୍ଗଭଙ୍ଗୀ ସୁନ୍ଦର ପରିବେଶକୁ ଅଧିକ ରୋମାଂଚିତ କରୁଛି। ପର୍ଯ୍ୟଟକ ହୁଅନ୍ତୁ ବା ପଥଚାରି ସମସ୍ତଙ୍କ ଆଳସ୍ୟ ଭାଙ୍ଗୁଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିର ଅଳସୀ ଫୁଲର ସୌନ୍ଦର୍ଯ୍ୟ।

କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟି ଓ ବାଂଶପାଳ ବ୍ଲକରେ ଥିବା ପାର୍ବତ୍ୟ ଅଞ୍ଚଳ ଶୀତ ଏବଂ ବର୍ଷା ଋତୁରେ ସଜେଇ ହୋଇଥାଏ। ବର୍ଷା ଋତୁରେ ପାହାଡ଼କୁ ଛୁଁଥିବା ବାଦଲର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରୁଥିବା ବେଳେ ଶୀତର ଆଗମନ ପୂର୍ବରୁ କାଞ୍ଜିପାଣି ଘଟିର ପାହାଡ଼ ଗୁଡିକ ଅଳସୀ ଫୁଲର ହଳଦୀ ରଙ୍ଗରେ ସଜେଇ ହେବା ଦୃଶ୍ୟ ମନମୁଗ୍ଧକର ହୋଇଥାଏ। ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷଟି ଯେତେବେଳେ ଏହି ରାସ୍ତା ଯାଏ, ସେତେବେଳେ ଘଡ଼ିଏ ଅଟକି ଯାଏ। ଆଉ ପ୍ରକୃତି ରାଣୀ ଅପରୂପ ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରିଥାଏ। ସତରେ ଅଳସୀ ଫଲ ଶୀତୁଆ ସକାଳର ଆଳସ୍ୟ ଦୂର କରୁଛି।

କାଞ୍ଜିପାଣି ଘାଟିକୁ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ଚାରି ବର୍ଷ ତଳେ ବନ ବିଭଗ ପକ୍ଷରୁ ଇକୋ ଟୁରିଜିମ୍‌ରେ ସାମିଲ କରାଯାଇଥିଲା। ପାହାଡ଼ ଉପରେ ଏକ ଉଚ୍ଚ ସ୍ଥାନକୁ ପର୍ଯ୍ୟଟକମାନଙ୍କ ପାଇଁ ବିକାଶ କରି କଟେଜ ଓ ୱାଚ୍‌ ଟାୱାର ଆଦି ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ବ୍ୟୟ କରି ପାହାଡ଼କୁ ତାରବାଡ଼ରେ ଆବଦ୍ଧ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବନ ବିଭାଗ ଏହାର ବିକାଶ କରିବାରେ ଭୁଲିଗଲା। ଘାଟିକୁ ସେମିତି ଛାଡ଼ିଦେଲା। ଯେଉଁଥିପାଇଁ କାଞ୍ଜିପାଣି ଘାଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସି ପର୍ଯ୍ୟଟକମାନେ ନାନା ହଇରାଣ ହେଉଛନ୍ତି। ଆଶା ବନ ବିଭଗ ହାତକୁ ନେଇଥିବା କାମ ସମ୍ପୂର୍ଣ୍ଣ କରିବ ଓ ପର୍ଯ୍ୟଟକ କାଞ୍ଜିପାଣି ଘାଟିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos