ମେଡିକାଲ୍‌ରେ ଡରାଉଛି ମହୁମାଛି

ମାଲକାନଗିରି(ଜିତେନ୍ଦ୍ର ବେଉରା): ମେଡିକାଲରେ ଏବେ ଲୋକଙ୍କୁ ରୋଗ ନୁହେଁ, ବରଂ ମହୁମାଛି ଡ଼ରାଉଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ବିଶିଷ୍ଟ କୋଠାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ପ୍ରାୟ ୫୦ରୁ ଅଧିକ ମହୁଫେଣା ରହିଛି। ଯାହା ରୋଗୀ ଓ ମେଡିକାଲ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନକ୍ସଲ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ସଦର ମହକୁମାରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସିତ ହେଉଛନ୍ତି। କିନ୍ତୁ […]

hone

hone

Manoranjan Sial
  • Published: Monday, 09 December 2019
  • Updated: 09 December 2019, 09:46 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମେଡିକାଲରେ ଏବେ ଲୋକଙ୍କୁ ରୋଗ ନୁହେଁ, ବରଂ ମହୁମାଛି ଡ଼ରାଉଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ବିଶିଷ୍ଟ କୋଠାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ପ୍ରାୟ ୫୦ରୁ ଅଧିକ ମହୁଫେଣା ରହିଛି। ଯାହା ରୋଗୀ ଓ ମେଡିକାଲ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ନକ୍ସଲ ପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ସଦର ମହକୁମାରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଦୁଃଖର ବିଷୟ ଏଠାକୁ ରୋଗ ଭଲ ହେବା ପାଇଁ ଆସୁଥିବା ରୋଗୀମାନେ ମହୁ ମାଛି ଆକ୍ରମଣରେ ଶିକାର ହେଉଛନ୍ତି। ୭ ମହଲା ବିଶିଷ୍ଟ ମେଡିକାଲ୍‌ କୋଠାରେ ଗୋଟେ କି ଦୁଇଟି ନୁହେଁ। ୫୦ରୁ ଅଧିକ ମହୁଫେଣା ଝୁଲିଛି ରହିଛି। ପ୍ରତି ଫ୍ଲୋରର ଝରକା ବାହାରେ ଝୁଲିଛି ମହୁ ଫେଣା। ପୁଣି କେଉଁଠି କାନ୍ଥ କଡରେ ତ ଆଉ କେଉଁଠି ପାଇପ ଲାଇନ କଡରେ ଓହଳିଛି ଫେଣା। ୫ ମାସ ତଳେ ଗୋଟିଏ ମହୁଫେଣାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବଢି ୫୦ରେ ପହଞ୍ଚିଲାଣି। ବାହାରେ ମହୁ ଫେଣା ଝୁଲିଥିବାରୁ ରୋଗୀମାନେ ଭୟରେ ଝରକା କବାଟ ଖୋଲି ପାରୁନାହାନ୍ତି।

ମହୁଫେଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଜୟ କୁମାର ବୈଠାରୁ କହିଛନ୍ତି, ମହୁଫେଣାଗୁଡିକ ଏତେ ଉଚ୍ଚରେ ଥିବାରୁ କାଢିବା କଷ୍ଟକର ହେଉଛି। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଖୁବଶୀଘ୍ର ମହୁଫେଣା ଗୁଡିକୁ ହଟାଇବା ପାଇଁ ଚେଷ୍ଟା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos