ବିୟର ଦର କମିବ, ହ୍ୱିସ୍କି, ରମ୍‌ ମହଙ୍ଗା ହେବ

ଭୁବନେଶ୍ୱର: ରାଜ୍ୟ ସରକାର ବିୟର ଦର କମାଇ ଥିବା ବେଳେ ହ୍ୱିସ୍କି, ରମ୍‌ ଓ ବ୍ରାଣ୍ଡି ଭଳି ବିଦେଶୀ ମଦ ମହଙ୍ଗା କରିଛନ୍ତି। ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ ଦରରେ ପରିବର୍ତ୍ତନ ହେବ। ଏପ୍ରିଲ ପହିଲାରୁ ନୂଆ ନୀତି ଲାଗୁ ହୋଇଥିବା ବେଳେ ଅବକାରୀ ରାଜସ୍ୱ ବାବଦକୁ ଚଳିତବର୍ଷ ୨୮୦୦ କୋଟି ଟଙ୍କା ଆଦାୟ ଟାର୍ଗେଟ ରଖାଯାଇଛି। ରାଜ୍ୟ ସରକାର ୨୦୧୬-୧୭ ଆର୍ଥିକବର୍ଷ ଲାଗି ଅବକାରୀ ନୀତି ଘୋଷଣା କରିଛନ୍ତି। ଏହି ଅନୁସାରେ ବିଅର […]

beer

beer

Rakesh Mallick
  • Published: Tuesday, 05 April 2016
  • Updated: 06 April 2016, 12:23 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାର ବିୟର ଦର କମାଇ ଥିବା ବେଳେ ହ୍ୱିସ୍କି, ରମ୍‌ ଓ ବ୍ରାଣ୍ଡି ଭଳି ବିଦେଶୀ ମଦ ମହଙ୍ଗା କରିଛନ୍ତି। ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ ଦରରେ ପରିବର୍ତ୍ତନ ହେବ। ଏପ୍ରିଲ ପହିଲାରୁ ନୂଆ ନୀତି ଲାଗୁ ହୋଇଥିବା ବେଳେ ଅବକାରୀ ରାଜସ୍ୱ ବାବଦକୁ ଚଳିତବର୍ଷ ୨୮୦୦ କୋଟି ଟଙ୍କା ଆଦାୟ ଟାର୍ଗେଟ ରଖାଯାଇଛି।

ରାଜ୍ୟ ସରକାର ୨୦୧୬-୧୭ ଆର୍ଥିକବର୍ଷ ଲାଗି ଅବକାରୀ ନୀତି ଘୋଷଣା କରିଛନ୍ତି। ଏହି ଅନୁସାରେ ବିଅର ବଲ୍‌ବ ଲିଟର ପିଛା ଆମଦାନୀ ଫି’ ୫ ଟଙ୍କା ହ୍ରାସ କରାଯାଇଛି। ସେହିପରି ବିୟରର ଉତ୍ପାଦନ ଶୁଳ୍କ ମଧ୍ୟ କମା ଯାଇଛି। ଏହାଦ୍ୱାରା ବିୟର ଶସ୍ତା ହେବ।

ରାଜ୍ୟରେ ଲିକର ୟୁନିଟ ପ୍ରତିଷ୍ଠା ଫି’କୁ ୮୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ କମାଇ ଦିଆଯାଇଛି। ତେବେ ମଦ ଉତ୍ପାଦନ ଶୁଳ୍କକୁ ବୃଦ୍ଧି କରାଯାଇଛି। ମଦ ଦୋକାନ ଲାଇସେନ୍ସ ନବୀକରଣ ଫି’ ମଧ୍ୟ ବଢାଇ ଦିଆଯାଇଛି। ବିଦେଶୀ ମଦ ଦୋକାନ ଓ ଦେଶୀ ମଦ ଦୋକାନ ପାଇଁ ଫି’କୁ ୨୦ ପ୍ରତିଶତ ବଢା ଯାଇଛି। ମହୁଲି ମଦ ଦୋକାନ ପାଇଁ ଫି’ ୧୨ ପ୍ରତିଶତ ବଢା ଯାଇଛି। ଲାଇସେନ୍ସ ଫି’ ବଢିଲେ ମଧ୍ୟ ମିନିମମ୍‌ ଗ୍ୟାରେଣ୍ଟି କୋଟା ବଢା ଯାଇନାହିଁ। ଏସବୁ ସତ୍ତ୍ୱେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଅବକାରୀ ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ୨,୫୫୭ କୋଟିର ରାଜସ୍ୱ ଆଦାୟ ହୋଇଥିବା ବେଳେ ଚଳିତବର୍ଷ ଏହା ୨୮୦୦ କୋଟି ହେବ ବୋଲି ଆକଳନ କରାଯାଇଛି।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ଚଳିତବର୍ଷ ଲାଇସିନ୍ସ ଫି’ ୨୦ ପ୍ରତିଶତ ବୃଦ୍ଧି କରିଛୁ। ବିଅର ବଲ୍‌ବ ଲିଟର ପିଛା ଆମଦାନୀ ଫି’ ୫ ଟଙ୍କା ହ୍ରାସ କରାଯାଇଛି।”

ଓଡ଼ିଶା ୱାଇନ ମାର୍ଚ୍ଚାଣ୍ଟ ଆସୋସିଏସନର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରଥ କହିଛନ୍ତି, “ଆମଦାନୀ ଫି’ ଓ ଉତ୍ପାଦନ ଶୁଳ୍କ କମିବା ପରେ ବିୟର ବୋତଲ ପିଛା ୫ରୁ ୧୫ ଟଙ୍କା ଯାଏଁ ଶସ୍ତା ହେବ। ତେବେ ହ୍ୱିସ୍କି, ରମ, ବ୍ରାଣ୍ଡି ଓ ଭୋଡ଼କାର ଦର ୧୦ରୁ ୧୪୦ ଟଙ୍କା ଯାଏଁ ବଢିବ। ବିୟର ଆମଦାନି ଫି’ ହ୍ରାସ କରାଯାଇଥିବାରୁ ରାଜ୍ୟରେ ବିୟର ଉତ୍ପାଦନ କମିବା ସହ ଆମଦାନି ବଢ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story