ଶିକାର କରିବାକୁ ଆସି ଯନ୍ତାରେ ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୋଲିସ ଗୁଳିରେ ଜଖମ୍ ହେଲା ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୂର୍ବତନ ପିଏଲ୍&zwnj;ଏଫ୍&zwnj;ଆଇ ସଦସ୍ୟ ବବୁଲ୍&zwnj; ପାଶୱାନ ଓରଫ୍ ନାଗେଶ୍ୱର। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କୋର୍ଟରେ ହାଜର ହେବାକୁ ଥିବା ଜଣେ ମୁଦାଲାକୁ ହତ୍ୟା କରିବା ପାଇଁ ଦୁଇ ସହଯୋଗୀଙ୍କ ସହ ଗଞ୍ଜାମ ଆସିଥିଲା ବବୁଲ୍&zwnj;। ପୋଲିସ କୌଣସି ସୂତ୍ରରୁ ଖବର ପାଇ ନିଧିଆପଲ୍ଲୀ ଅଞ୍ଚଳରେ ତାକୁ(ବବୁଲ୍&zwnj;)କୁ ଘେରି ଯାଇଥିଲା। ପୋଲିସକୁ ଦେଖି ବବୁଲ୍&zwnj; ପ୍ରଥମେ ଗୁଳି ଚାଳନା କରିଥିଲା। ଜବାବରେ ପୋଲିସ ମଧ୍ୟ ବବୁଲ ଉପରକୁ ଗୁଳି ଚଳାଇଥିଲା। ଫଳରେ ସେ ଆହତ ହୋଇଥିଲା। ମାତ୍ର ତାଙ୍କର ଦୁଇ ସହଯୋଗୀ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ପରେ ଜଣେ ସହଯୋଗୀଙ୍କୁ ତାରସିଂହ ପାଖରେ ଏନ୍&zwnj;କାଉଣ୍ଟର କରିଛି ପୋଲିସ୍&zwnj;। ସେମାନଙ୍କଠାରୁ ଦୁଇଟି ପିସ୍ତଲ ଓ ଗୁଳି ଜବତ ହୋଇଛି।</p> <p>ମାଓ ସଂଗଠନରୁ ଅଲଗା ହୋଇ ଗଠନ ହୋଇ ପିଏଲ୍&zwnj;ଏଫ୍&zwnj;ଆଇର ପୂର୍ବତନ ସଦସ୍ୟ ହୋଇଥିଲେ ବବୁଲ। ପରେ ସେ ନିଜେ ଗଢ଼ିଥିଲା ଝାଡ଼ଖଣ୍ଡ ପ୍ରସ୍ତୁତି କମିଟି। ଏହି ସଙ୍ଗଠନ ଜରିଆରେ ସେ ଝାଡ଼ଖଣ୍ଡ ଓ ଓଡ଼ିଶାରେ କ୍ରାଇମ୍&zwnj; ନେଟ୍&zwnj;ୱାର୍କ ଚଳାଇଥିଲା। ଯାହାର ଚେର ରାଞ୍ଚିରୁ ରାଉରକେଲାକୁ ଲମ୍ୱିଥିଲା। ଉଭୟ ରାଜ୍ୟରେ ବବୁଲ ନାଁରେ ହତ୍ୟା ଓ ଡକାୟତି ପରି ୪୦ରୁ ଅଧିକ ମାମଲା ରହିଛି।</p>

Ordigital Desk
  • Published: Friday, 08 December 2017
  • Updated: 08 December 2017, 09:45 PM IST

Sports

Latest News

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୋଲିସ ଗୁଳିରେ ଜଖମ୍ ହେଲା ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୂର୍ବତନ ପିଏଲ୍&zwnj;ଏଫ୍&zwnj;ଆଇ ସଦସ୍ୟ ବବୁଲ୍&zwnj; ପାଶୱାନ ଓରଫ୍ ନାଗେଶ୍ୱର। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କୋର୍ଟରେ ହାଜର ହେବାକୁ ଥିବା ଜଣେ ମୁଦାଲାକୁ ହତ୍ୟା କରିବା ପାଇଁ ଦୁଇ ସହଯୋଗୀଙ୍କ ସହ ଗଞ୍ଜାମ ଆସିଥିଲା ବବୁଲ୍&zwnj;। ପୋଲିସ କୌଣସି ସୂତ୍ରରୁ ଖବର ପାଇ ନିଧିଆପଲ୍ଲୀ ଅଞ୍ଚଳରେ ତାକୁ(ବବୁଲ୍&zwnj;)କୁ ଘେରି ଯାଇଥିଲା। ପୋଲିସକୁ ଦେଖି ବବୁଲ୍&zwnj; ପ୍ରଥମେ ଗୁଳି ଚାଳନା କରିଥିଲା। ଜବାବରେ ପୋଲିସ ମଧ୍ୟ ବବୁଲ ଉପରକୁ ଗୁଳି ଚଳାଇଥିଲା। ଫଳରେ ସେ ଆହତ ହୋଇଥିଲା। ମାତ୍ର ତାଙ୍କର ଦୁଇ ସହଯୋଗୀ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ପରେ ଜଣେ ସହଯୋଗୀଙ୍କୁ ତାରସିଂହ ପାଖରେ ଏନ୍&zwnj;କାଉଣ୍ଟର କରିଛି ପୋଲିସ୍&zwnj;। ସେମାନଙ୍କଠାରୁ ଦୁଇଟି ପିସ୍ତଲ ଓ ଗୁଳି ଜବତ ହୋଇଛି।</p><p>ମାଓ ସଂଗଠନରୁ ଅଲଗା ହୋଇ ଗଠନ ହୋଇ ପିଏଲ୍&zwnj;ଏଫ୍&zwnj;ଆଇର ପୂର୍ବତନ ସଦସ୍ୟ ହୋଇଥିଲେ ବବୁଲ। ପରେ ସେ ନିଜେ ଗଢ଼ିଥିଲା ଝାଡ଼ଖଣ୍ଡ ପ୍ରସ୍ତୁତି କମିଟି। ଏହି ସଙ୍ଗଠନ ଜରିଆରେ ସେ ଝାଡ଼ଖଣ୍ଡ ଓ ଓଡ଼ିଶାରେ କ୍ରାଇମ୍&zwnj; ନେଟ୍&zwnj;ୱାର୍କ ଚଳାଇଥିଲା। ଯାହାର ଚେର ରାଞ୍ଚିରୁ ରାଉରକେଲାକୁ ଲମ୍ୱିଥିଲା। ଉଭୟ ରାଜ୍ୟରେ ବବୁଲ ନାଁରେ ହତ୍ୟା ଓ ଡକାୟତି ପରି ୪୦ରୁ ଅଧିକ ମାମଲା ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos