ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍: କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରରେ ଅଣ୍ଡରୱାର୍ଲଡ୍ ଡନ୍‌ ଛୋଟା ରାଜନ୍‌ ଲିଙ୍କ୍‌ର ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। STF ଓ EOWର ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ୍ ଟିମ୍ ଛୋଟା ଗୋପାଳପୁର ଯାଇ ଛାନଭିନ୍‌ କରିଛି। ଏହାଛଡ଼ା ରାଜନ୍‌ର ସହଯୋଗୀ ସୁରେଶ ପୂଜାରୀଙ୍କ ଫୋନ୍ କଲ ଓ ଜବତ ଚାଇନା ସିମ୍‌ ବାକ୍ସକୁ ନେଇ ଯାଞ୍ଚ କରୁଛି। ଟିମ୍‌ରେ ସାଇବର୍ ଏକ୍ସପର୍ଟ ମଧ୍ୟ ଅଛନ୍ତି। ଏହି ମାମଲାରେ ଗିରଫ ମାଷ୍ଟରମାଇଣ୍ଡ ଲକ୍ଷ୍ମୀନାରାୟଣ ସରାଫ୍, ସହଯୋଗୀ ପ୍ରଦୀପ ଚୌଧୁରୀ, […]

Berhampur-Underworld-links-1

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 07:58 PM IST

ବ୍ରହ୍ମପୁର: ବ୍ରହ୍ମପୁରରେ ଅଣ୍ଡରୱାର୍ଲଡ୍ ଡନ୍‌ ଛୋଟା ରାଜନ୍‌ ଲିଙ୍କ୍‌ର ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। STF ଓ EOWର ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ୍ ଟିମ୍ ଛୋଟା ଗୋପାଳପୁର ଯାଇ ଛାନଭିନ୍‌ କରିଛି। ଏହାଛଡ଼ା ରାଜନ୍‌ର ସହଯୋଗୀ ସୁରେଶ ପୂଜାରୀଙ୍କ ଫୋନ୍ କଲ ଓ ଜବତ ଚାଇନା ସିମ୍‌ ବାକ୍ସକୁ ନେଇ ଯାଞ୍ଚ କରୁଛି। ଟିମ୍‌ରେ ସାଇବର୍ ଏକ୍ସପର୍ଟ ମଧ୍ୟ ଅଛନ୍ତି।

ଏହି ମାମଲାରେ ଗିରଫ ମାଷ୍ଟରମାଇଣ୍ଡ ଲକ୍ଷ୍ମୀନାରାୟଣ ସରାଫ୍, ସହଯୋଗୀ ପ୍ରଦୀପ ଚୌଧୁରୀ, ସୁରେଶ ଶତପଥୀ ଏବଂ ସନ୍ତୋଷ ସାହୁଙ୍କୁ ରିମାଣ୍ଡ ଅଣାଯାଇ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି ବି.କେ. ଶର୍ମା ଟ୍ୱିଟ୍‌ କରି ଜଣାଇଛନ୍ତି।

ବ୍ରହ୍ମପୁରର ଉତ୍କଳ ଆଶ୍ରମ ରୋଡ୍‌ରେ ୩ ଜଣ ସହଯୋଗୀଙ୍କ ସହ ଲକ୍ଷ୍ମୀନାରାଣ ଏସ୍.ୱାର୍ଲଡ୍ ନାମକ ଏକ ବ୍ୟାବସାୟୀକ ପ୍ରତିଷ୍ଠାନ ଖୋଲି ସିମ୍ ବକ୍ସ ସେବା ଯୋଗାଇଥିଲେ। ଏପରିକି ବିଭିନ୍ନ ଅପରାଧୀକ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏମାନେ ଯୋଗାଉଥିଲେ ସିମ୍‌ ବକ୍ସ ସେବା। ଆଉ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କା। କାରଣ ଏହି ସିମ୍ ବକ୍ସ ଜରିଆରେ ଯେକୌଣସି ବ୍ୟକ୍ତିଙ୍କୁ ଫୋନ୍ କଲେ ସିମ୍‌କୁ ଟ୍ରେସ୍ ଆଉଟ୍ କରିବା ସମ୍ଭବ ନୁହେଁ। ତେଣୁ ଛୋଟା ରାଜନର ସହଯୋଗୀ ସୁରେଶ ପୂଜାରୀ ଏହି ଗ୍ୟାଙ୍ଗକୁ ମାଧ୍ୟମ କରି ନିଜର ଅପରାଧୀକ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା।

ତେବେ କିଛି ଦିନ ତଳେ ସୁରେଶ ସିମ୍ ବକ୍ସ ବ୍ୟବହାର କରି ମୁମ୍ବାଇର ଜଣେ ବିଲ୍ଡରଙ୍କୁ ୨ କୋଟି ଟଙ୍କା ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ମୁମ୍ୱାଇ ପୋଲିସ ଓଡ଼ିଶା ଲିଙ୍କ୍‌ ନେଇ ତଥ୍ୟ ପାଇଥିଲା। ୧୫ ଦିନ ତଳେ ମୁମ୍ୱାଇ ପୋଲିସ ଗଞ୍ଜାମ ପୋଲିସର ସହଯୋଗ ଲୋଡ଼ିଥିଲା। ଗୋପାଳପୁର ପୋଲିସ୍ ଘଟଣାକୁ ଗୁରୁତର ନେଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Related story