ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାଇନ୍ ଡାଏ, ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ସାଇନ୍ ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁ କଲେଜ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଏହି ନିର୍ଦ୍ଦେଶ ପରେ  ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା  ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି ପରେ ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କରାଯାଇଥିଲା। ସାଧାରଣ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଅଜିତ କୁମାର […]

bteedd

bteedd

Tapaswini Nayak
  • Published: Saturday, 06 October 2018
  • Updated: 06 October 2018, 11:55 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ସାଇନ୍ ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁ କଲେଜ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।

ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଏହି ନିର୍ଦ୍ଦେଶ ପରେ  ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା  ଦେଖିବାକୁ ମିଳିଛି

ଛାତ୍ର ଅଶାନ୍ତି ପରେ ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କରାଯାଇଥିଲା।

ସାଧାରଣ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଅଜିତ କୁମାର ସ୍ୱାଇଁ ନାମକ ଜଣେ ଛାତ୍ରଙ୍କ ପ୍ରାର୍ଥୀତ୍ୱ ନାକଚ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା।

ଉତ୍ତ୍ୟକ୍ତ ଛାତ୍ର ଗୋଷ୍ଠୀ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ଅଫିସ୍ ଭିତରେ ଭଙ୍ଗାରୁଜା କରିବା ସହ ଭିସିଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ।

ସଂପୃକ୍ତ ଛାତ୍ର ଗୋଷ୍ଠୀଙ୍କ ସହ ପୁଲିସ୍ ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ବି, ଉତ୍ତେଜନା ଦେଖାଦେଇଥିବାରୁ ଶେଷରେ ନିର୍ବାଚନକୁ ବାତିଲ୍ କରାଯାଇଥିଲା।

https://youtu.be/1YlSwe0_Rqc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos