‘୬ ମାସରେ ୬୦୪ ନାବାଳିକାଙ୍କୁ ଦୁଷ୍କର୍ମ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ରୋକିବା ପାଇଁ କେନ୍ଦ୍ରଠୁ ରାଜ୍ୟ ପର୍ଯ୍ୟନ୍ତ କେତେ କଣ ଯୋଜନା ପ୍ରଣୟନ କରାଯାଇଛି। ଏହା ସତ୍ତ୍ୱେ ଦୁଷ୍କର୍ମ ହାର କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଗତ ୬ ମାସରେ ରାଜ୍ୟରେ ୬୦୦ରୁ ଅଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଜି ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟରେ ନାବାଳିକା ଦୁଷ୍କର୍ମ ନେଇ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ଏହି […]

rape

rape

Manoranjan Sial
  • Published: Monday, 25 November 2019
  • Updated: 25 November 2019, 03:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ରୋକିବା ପାଇଁ କେନ୍ଦ୍ରଠୁ ରାଜ୍ୟ ପର୍ଯ୍ୟନ୍ତ କେତେ କଣ ଯୋଜନା ପ୍ରଣୟନ କରାଯାଇଛି। ଏହା ସତ୍ତ୍ୱେ ଦୁଷ୍କର୍ମ ହାର କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଗତ ୬ ମାସରେ ରାଜ୍ୟରେ ୬୦୦ରୁ ଅଧିକ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଆଜି ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସରକାର। ରାଜ୍ୟରେ ନାବାଳିକା ଦୁଷ୍କର୍ମ ନେଇ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ଏହି ଉତ୍ତରକୁ ଭୁଲ୍‌ ବୋଲି କହିଛନ୍ତି କଂଗ୍ରେସ।

ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ପ୍ରଥମ ଛଅ ମାସରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ରାଜ୍ୟରେ ୧୪୩୦ ଓ ଦୈନିକ ୪ ନାବାଳିକା ଦୁଷ୍କର୍ମର ଶିକାର ହେଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ଗତବର୍ଷ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ତେବେ ହାରାହାରି ଦୈନିକ ୭ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି। ଗତବର୍ଷ ୧୦୭୩ଟି ଦୁଷ୍କର୍ମ ମାମଲାର ବିଚାର ସରିଥିଲା। ତେବେ ୧୯୭ ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ହୋଇଥିବା ବେଳେ ୮୭୬ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଛନ୍ତି। ୨୦୧୮ରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୧୮.୩୫ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି।

ନାବାଳିକା ଦୁଷ୍କର୍ମକୁ ନେଇ ମନ୍ତ୍ରୀ ଭୁଲ୍‌ ଉତ୍ତର ଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି-“ଛଅ ମାସରେ ଛଅ ଶହ ନୁହେଁ, ହଜାରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। ସୁପ୍ରିମକୋର୍ଟରେ ଏନେଇ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ୨୦୧୯ ପ୍ରଥମ ଛଅ ମାସରେ ରାଜ୍ୟରେ ୧୦୦୫ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛନ୍ତି। ଲୋକସଂଖ୍ୟା ତୁଳନାରେ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos