ଭଦ୍ରକ: ବରପଦା ଇଂଜିନିୟରିଂ କଲେଜରେ ବୋମା ମାଡ଼, ୨ ଆହତ

ଭଦ୍ରକ: ଭଦ୍ରକର ବରପଦା ସ୍ଥିତ ବରପଦା ଇଂଜିନିୟରିଂ କଲେଜରେ ଆଜି ସକାଳେ ବୋମା ମାଡ଼ ହୋଇଛି। ୮ରୁ୧୦ ବୋଲେରୋ ଓ ୮ରୁ୧୦ ବାଇକରେ ପ୍ରାୟ ଶହେ ଲୋକ ଆସି ଅତର୍କିତ ଭାବେ କଲେଜରେ ଆକ୍ରମଣ କରିଥିଲେ ଓ ବୋମା ଫିଙ୍ଗି ଥିଲେ। ଫଳରେ କିଛି ସମୟ ଧରି କଲେଜ ପରିସରରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ଆକ୍ରମଣକାରୀମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଆସିଥିବେ ଏକ ବୋଲେରକୁ ପିଟି ପିଟି ଭାଙ୍ଗି ଦେଇଥିବା ବେଳେ […]

bhdarak

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 01:18 PM IST

ଭଦ୍ରକ: ଭଦ୍ରକର ବରପଦା ସ୍ଥିତ ବରପଦା ଇଂଜିନିୟରିଂ କଲେଜରେ ଆଜି ସକାଳେ ବୋମା ମାଡ଼ ହୋଇଛି। ୮ରୁ୧୦ ବୋଲେରୋ ଓ ୮ରୁ୧୦ ବାଇକରେ ପ୍ରାୟ ଶହେ ଲୋକ ଆସି ଅତର୍କିତ ଭାବେ କଲେଜରେ ଆକ୍ରମଣ କରିଥିଲେ ଓ ବୋମା ଫିଙ୍ଗି ଥିଲେ। ଫଳରେ କିଛି ସମୟ ଧରି କଲେଜ ପରିସରରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ଆକ୍ରମଣକାରୀମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଆସିଥିବେ ଏକ ବୋଲେରକୁ ପିଟି ପିଟି ଭାଙ୍ଗି ଦେଇଥିବା ବେଳେ ୩ଟି ବାଇକକୁ ପୋଡ଼ି ଦେଇଥିଲେ। ଏହି ଗଣ୍ଡଗୋଳରେ ବାଲୁଅ ରାମକୃଷ୍ଣପୁର ଅଞ୍ଚଳର ପୂର୍ବତନ ସରପଞ୍ଚ ଓ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

[caption id="attachment_21781" align="aligncenter" width="800"] ଆକ୍ରମଣକାରୀଙ୍କ ଦୁଇ ବାଇକକୁ ପୋଡ଼ି ଦେଇଛନ୍ତି ଲୋକେ[/caption]

ଗତ କିଛି ଦିନ ଧରି କଲେଜ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କ ମଧ୍ୟରେ ଚାଲିଥିବା ବିବାଦରୁ ଏହି କାଣ୍ଡ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପୋଲିସ୍ ମୁତୟନ କରାଯାଇଛି।

Related story