ଭଦ୍ରକ ଜିଲ୍ଲାର ବହୁ ଗ୍ରାମ ଏବେ ବି ବନ୍ୟା ଜଳ ଘେରରେ

ଭଦ୍ରକ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମନଗର ବ୍ଲକର ଅନେକ ଗାଁ ଏବେ ବି ବୈତରଣୀ ନଦୀର ବନ୍ୟାଜଳ ଘେରରେ ରହିଛି। ବନ୍ୟା ଜଳରେ ବ୍ୟାପକ ଚାଷ ଜମି ବୁଡି ରହିଛି।  ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ପାରଡ଼ିଆ ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

bhdrak

bhdrak

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 08:48 AM IST

Sports

Latest News

ଭଦ୍ରକ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମନଗର ବ୍ଲକର ଅନେକ ଗାଁ ଏବେ ବି ବୈତରଣୀ ନଦୀର ବନ୍ୟାଜଳ ଘେରରେ ରହିଛି। ବନ୍ୟା ଜଳରେ ବ୍ୟାପକ ଚାଷ ଜମି ବୁଡି ରହିଛି।  ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ପାରଡ଼ିଆ ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

bhdrakଧାମନଗର ବ୍ଲକ ରାଧାବଲ୍ଲଭ ପଞ୍ଚାୟତର ର ଷୋଳଗାଁ କାଶିମପୁର, ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର, ତଳଦୁମୁକା ଆଦି ଗାଁ ପାଣି ଘେରରେ ରହିଛି। ଫଳରେ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡୁଛି। ଭଦ୍ରକ-ଆରଡ଼ି ରାସ୍ତାର ବାଲିଛତ୍ରୀ ପୋଲ ଉପରେ ପାଣି ଚାଲୁଛି। ସୁନ୍ଦରପୁର ଓ ନାନ୍ଦପୁର ଅଞ୍ଚଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ସାରା ଅଂଚଳ ଜଳାର୍ଣ୍ଣବ ହୋଇ ରହିଛି। ବୈତରଣୀ ବନ୍ୟା ଦ୍ୱାରା ଭଦ୍ରକ ଜିଲ୍ଲାର ୩୫ଟି ପଞ୍ଚାୟତର ୧୫୦ଟି ଗାଁରେ ପାଣି ପଶିଛି। ଏକ ଲକ୍ଷ ୭୬ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଜଳଗମ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos