ଭୁବନେଶ୍ୱରରୁ ବିମାନରେ କାର୍ଯ୍ୟକ୍ଷମ ହେବ ଡୋମେଷ୍ଟିକ କାର୍ଗୋ ଟର୍ମିନାଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ବିମାନରେ କେବଳ ଯାତ୍ରୀ ନୁହେଁ ଏବେ ଅଧିକ ପରିମାଣରେ ସାମଗ୍ରୀ ମଧ୍ୟ ନେବା ଆଣିବା କରିହେବ। ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଡୋମେଷ୍ଟିକ କାର୍ଗୋ ଟର୍ମିନାଲ୍‌। ଏଥିପାଇଁ ଆବଶ୍ୟକ ସୁରକ୍ଷା ମଞ୍ଜୁରୀ ମିଳି ସାରିଛି। ଶୀଘ୍ର ବିଧିବଦ୍ଧ ଭାବେ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବିମାନବନ୍ଦରର ପୁରୁଣା ତଥା ପ୍ରଥମ ଟର୍ମିନାଲକୁ କାର୍ଗୋ ହବ୍‌ରେ ପରିଣତ କରାଯାଇଛି। ଇନ ବାଉଣ୍ଡ ଓ ଆଉଟ୍‌ ବାଉଣ୍ଡ […]

biju-pattanyak-airport-new-terminal

biju-pattanyak-airport-new-terminal

Rakesh Mallick
  • Published: Friday, 27 May 2016
  • Updated: 27 May 2016, 05:40 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରୁ ବିମାନରେ କେବଳ ଯାତ୍ରୀ ନୁହେଁ ଏବେ ଅଧିକ ପରିମାଣରେ ସାମଗ୍ରୀ ମଧ୍ୟ ନେବା ଆଣିବା କରିହେବ। ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଡୋମେଷ୍ଟିକ କାର୍ଗୋ ଟର୍ମିନାଲ୍‌। ଏଥିପାଇଁ ଆବଶ୍ୟକ ସୁରକ୍ଷା ମଞ୍ଜୁରୀ ମିଳି ସାରିଛି। ଶୀଘ୍ର ବିଧିବଦ୍ଧ ଭାବେ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ବିମାନବନ୍ଦରର ପୁରୁଣା ତଥା ପ୍ରଥମ ଟର୍ମିନାଲକୁ କାର୍ଗୋ ହବ୍‌ରେ ପରିଣତ କରାଯାଇଛି। ଇନ ବାଉଣ୍ଡ ଓ ଆଉଟ୍‌ ବାଉଣ୍ଡ କାର୍ଗୋ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି।

ଭୁବନେଶ୍ୱର ବିମାନବନ୍ଦ ନିର୍ଦ୍ଦେଶକ ଆର. ମହାଲିଙ୍ଗମ୍‌ କହିଛନ୍ତି, “ପୂର୍ବରୁ ଏଠାରେ ସର୍ବାଧିକ ୨୦୦ କି.ଗ୍ରା. ପର୍ଯ୍ୟନ୍ତ କାର୍ଗୋର ସ୍କାନିଂ ପାଇଁ ମେସିନ ଥିଲା। ନୂଆ କାର୍ଗୋ ହବ୍‌ ପାଇଁ ଦୁଇ ହଜାର କେ.ଜି. କ୍ଷମତା ବିଶିଷ୍ଟ ସ୍କାନିଂ ତଥା ସ୍କ୍ରିନିଂ ମେସିନ ଲଗାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ କାର୍ଗୋ ନେବା ଆଣିବା କରି ହେବ। ବର୍ତ୍ତମାନ କାର୍ଗୋ ହବ୍‌ର ଟ୍ରାଏଲ ରନ୍‌ ଜାରି ରହିଛି, ଆଗାମୀ କିଛିଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ।”

ବର୍ତ୍ତମାନ ଭୁବନେଶ୍ୱରକୁ ଆସୁଥିବା ଏୟାରଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରା ଏୟାରଲାଇନ୍ସ ଯାତ୍ରୀ ପରିବହନରେ କାର୍ଗୋ ସୁବିଧା ପ୍ରଦାନ କରୁଛି। ପରିସଂଖ୍ୟନ ଅନୁଯାୟୀ ୨୦୧୪-୧୫ ଆର୍ଥିକବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୫୯୫୦ ଟନ୍‌ କାର୍ଗୋ ପରିବହନ ହୋଇଥିଲା। ୨୦୧୫-୧୬ରେ ଏହାର ପରିମାଣ ବୃଦ୍ଧି ପାଇ ୭,୦୦୨ ଟନ୍‌ ହୋଇଥିଲା। ଗୋଟିଏ ବର୍ଷରେ କାର୍ଗୋ କାରବାର ୧୭.୭ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ କାର୍ଗୋ ହବ୍‌ ହେବା ପରେ ଭୁବନେଶ୍ୱର ପୂର୍ବାଞ୍ଚଳରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos