ରେଡ୍ ଜୋନ୍‌ରେ ରାଜଧାନୀ , କେଉଁ ଜୋନ୍‌ରେ କେଉଁ ଜିଲ୍ଲା ଜାଣନ୍ତୁ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ ଜୋନ୍କୁ ନେଇ ଜିଲ୍ଲା ବର୍ଗୀକରଣ କରିଛନ୍ତି ସରକାର। ରେଡ୍ ଜୋନ୍ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ। ତେବେ ଅରେଞ୍ଜ ଜୋନ୍ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ […]

j-909

j-909

Tapas Behera
  • Published: Sunday, 03 May 2020
  • Updated: 03 May 2020, 08:30 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ ଜୋନ୍କୁ ନେଇ ଜିଲ୍ଲା ବର୍ଗୀକରଣ କରିଛନ୍ତି ସରକାର। ରେଡ୍ ଜୋନ୍ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ। ତେବେ ଅରେଞ୍ଜ ଜୋନ୍ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ରେଡ୍ ଜୋନ୍ ଥିବା ଅଞ୍ଚଳରେ ମଲ୍, ମାର୍କେଟ କଂପଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ। ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା, ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ଘରୋଇ କାର୍ ଡ୍ରାଇଭର ସହ ୨ ପାସେଞ୍ଜର ଯାଇପାରିବେ। ଦୁଇଚକିଆ ଯାନରେ ପଛରେ କାହାକୁ ଅନୁମତି ମିଳିବ ନାହିଁ। ୩ଟି ଜୋନ୍ରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ। ସିନେମା ହଲ, ଜିମ୍ନାସିୟମ, ସ୍ପୋର୍ଟସ କମ୍ପଲେକ୍ସ ଖୋଲିବନି। ସୁଇମିଂ ପୁଲ, ପାର୍କ, ଥିଏଟର, ବାର୍ ଓ ଅଡିଟୋରିୟମ, ଉତ୍ସବ ଆଦି ମଧ୍ୟ ବନ୍ଦ ରହିବ।

• ରେଡ୍ ଜୋନ୍- ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ
• ଭୁବନେଶ୍ୱର ପୌର ନିଗମକୁ ଛାଡ଼ି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ
• ଅରେଞ୍ଜ ଜୋନ୍- ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ
• ଗ୍ରୀନ୍ ଜୋନ୍- ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ, ପୁରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos