ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜେପି ସାଂସଦ ତଥା ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଟ୍ୱିଟର ମାଧ୍ୟମରେ ନିଜର ଏହି ସାକ୍ଷାତକୁ ସାର୍ବଜନୀନ କରି ଅପରାଜିତା କହିଛନ୍ତି ଯେ, ସେ ଭୁବନେଶ୍ୱରର ସାଂସଦ ଭାବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତା’ଛଡ଼ା ସେ ବିଜେଡିର ବିପୁଳ ବିଜୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ […]

bhubaneswar-mp-aparajita-sarangi-meets-with-chief-minister-naveen-patnaik

bhubaneswar-mp-aparajita-sarangi-meets-with-chief-minister-naveen-patnaik

Manoranjan Sial
  • Published: Tuesday, 04 June 2019
  • Updated: 04 June 2019, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜେପି ସାଂସଦ ତଥା ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଟ୍ୱିଟର ମାଧ୍ୟମରେ ନିଜର ଏହି ସାକ୍ଷାତକୁ ସାର୍ବଜନୀନ କରି ଅପରାଜିତା କହିଛନ୍ତି ଯେ, ସେ ଭୁବନେଶ୍ୱରର ସାଂସଦ ଭାବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତା’ଛଡ଼ା ସେ ବିଜେଡିର ବିପୁଳ ବିଜୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ ନବୀନଙ୍କ ସହ ଅପରାଜିତାଙ୍କ ଏହି ସାକ୍ଷାତକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେପିର ଏକ ଗୋଷ୍ଠୀ ଅପରାଜିତାଙ୍କ ଏଭଳି ସାକ୍ଷାତକୁ ନାପସନ୍ଦ କରିବା ସହ ଏହାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପିର ଜଣେ ବରିଷ୍ଠ ନେତା ଏ ନେଇ ନିଜର ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଅପରାଜିତାଙ୍କ ରାଜନୀତିକ ମହତ୍ୱାକାଂକ୍ଷା ଏବେ ଜଳଜଳ ହୋଇ ବାରି ପଡ଼ୁଛି। ରାଜ୍ୟରେ ଏଥର ବିଜେପିର ୮ଜଣ ସାଂସଦ ଜିତିଛନ୍ତି। କାହିଁ ଅନ୍ୟ କୌଣସି ସାଂସଦ ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲେନି। ଅପରାଜିତାଙ୍କର କ’ଣ ଏଭଳି ଆବଶ୍ୟକତା ପଡ଼ିଲା ଯେ ସେ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଚାଲିଗଲେ। ନିର୍ବାଚନମଣ୍ଡଳୀରେ ଲୋକଙ୍କ ପାଇଁ କାମ କରିବା ନିମନ୍ତେ ରାଜ୍ୟ ପ୍ରଶାସନର ସହଯୋଗ ଆବଶ୍ୟକ ପଡ଼େ, ମାତ୍ର ଦଳର ସମସ୍ତ ସାଂସଦ ଯଦି ଏକସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥାନ୍ତେ ତାହା ଭଲ ହୋଇଥାନ୍ତା ବୋଲି ସେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos