ଭୁବନେଶ୍ୱରରେ ଗଡ଼ିବନି ଓଲା ଓ ଉବେର

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଓଲା ଓ ଉବେର ଚଳାଚଳ ବନ୍ଦ ରହିଥିଲା। ଉଚିତ ଇନ୍‌ସେନ୍‌ଟିଭ ଦେଉ ନ ଥିବା ଅଭିଯୋଗ କରି ଓଲା ଓ ଉବେର ଚାଳକ ଧର୍ମଘଟକୁ ଓହ୍ଲାଇଥିଲେ।

ପୂର୍ବରୁ ପ୍ରତି ଟ୍ରିପ୍‌ ଆଧାରରେ କମ୍ପାନୀ ଇନ୍‌ସେନ୍‌ଟିଭ ଦେଉଥିବା ବେଳେ ବର୍ତ୍ତମାନ ଭିନ୍ନ ଭିନ୍ନ ପ୍ୟାକେଜକୁ ଆଧାର କରି ଦେଉଥିଲେ। ଏହାସହ ଅଧିକ ଟ୍ରିପ୍‌ କରି ଇନ୍‌ସେନ୍‌ଟିଭ କରିବାକୁ ଚାହିଁଲେ କମ୍ପାନୀ କରାଇ ଦେଉନାହିଁ। ଫଳରେ କ୍ଷତି ସହିବାକୁ ପଡୁଛି ଓ ବ୍ୟାଙ୍କ ଋଣ ସୁଝିବା କଷ୍ଟକର ହେଉଛି ବୋଲି ଚାଳକମାନେ ଅଭିଯୋଗ କରିଛନ୍ତି।