ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆମେ ଆନ୍ଦୋଳନରୁ ହଟିବୁନି। ଆଗକୁ ଆହୁରି ଆନ୍ଦୋଳନ ଜୋରଦାର କରିବୁ। ଜାନୁଆରୀ ୨୬କୁ ସମ୍ମାନ ଦେଇ ଉଠୁଲି, କିନ୍ତୁ ପୁଣି ଥରେ ଆମେ ଆନ୍ଦୋଳନରେ ବସିବୁ।” ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ ଉଠାଇନେବା ବେଳେ ମାସାଧିକ କାଳ ଧାରଣାରେ ବସିଥିବା ଏଏନଏମ କର୍ମୀମାନେ ଦେଇଛନ୍ତି ଏହି ଚେତାବନୀ।
ପ୍ରାୟ ଦୁଇ ମାସ ହେବ ଏହି ଏଏନଏମ୍ କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ଜୋରଜବରଦସ୍ତ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପଜୁଥିଲା।
ସୂଚନାଯୋଗ୍ୟ, ଏହି ଏଏନଏମମାନଙ୍କୁ କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ରାଜ୍ୟ ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ତେବେ କୋଭିଡ୍ ସମୟରେ ସେମାନେ ନିରବଚ୍ଛିନ୍ନ ଭାବେ କାମ କରିଥିଲେ କିନ୍ତୁ ଏବେ ସେମାନଙ୍କୁ ଛଟେଇ କରାଯାଉଥିବାରୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରି ଗତ ନଭେମ୍ବର ୨୮ରୁ ଦିନରାତି ଆନ୍ଦୋଳନ ଚଲାଇ ଆସିଥିଲେ ।
https://youtu.be/9YgqbQDgVrA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତିରେ କଥା କଟାକଟି, ସକାଳୁ ରେଳ ଧାରଣାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ୱାମୀଙ୍କ ସହ କଥା କଟାକଟି ଅତିଷ୍ଠ କଲା। ତେଣୁ ଘର ସଂସାରର ମୋହ ବି ତୁଛ ଲାଗିଲା। ଏପରି ସମୟରେ ବଞ୍ଚିବାଠୁ ମରିବାକୁ ଶ୍ରେୟକର ଭାବି ରାତି ଅଧରେ ଘର ଛାଡ଼ିଲେ ମହିଳା।
Accident
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା, ଡ୍ରାଇଭର ଜୀବନ୍ତ ଦଗ୍ଧ
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଲାଗି ଯାଇଛି ନିଆଁ। ଏହି ନିଆଁରେ ଜଣେ ଟ୍ରକ୍ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।
Miscellaneous
ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା, ହିନ୍ଦୀ ଶିକ୍ଷକ ନିଲମ୍ବିତ
ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ହିନ୍ଦୀ ଶିକ୍ଷକ।
Crime
ଗୋରୁ ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ
ବାଲେଶ୍ୱର ଜିଲ୍ଲା ସୋର ବାରିକପୁର ହାଟରେ ଗୋରୁ ଚାଲାଣ ବେଳେ ଗୋରୁ ଗାଡି ଜବତ କରିବା ସହ ଅନେକ ଗୋରୁଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
Accident
ମଝି ରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ଧକ୍କା
ତିରିଂ ଥାନା ଜିରାଇ ଗାଁର ଆକାଶ ମୁର୍ମୁ ଓ ବିଶ୍ଵନାଥ ସୋରେନ କୌଣସି କାମରେ ବାଇକ୍ରେ ବିଶୋଇ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ ରାଇରଙ୍ଗପୁର ସହର ମହୁଲଡିହା ଛକରେ ସମ୍ମୁଖରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା।