ଭୁବନେଶ୍ୱର: ଦିଲ୍ଲୀପ ନାଏକ ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତ ଗରିଫ

ଭୁବନେଶ୍ୱର: ପାତ୍ରପଡା ଦିଲ୍ଳୀପ ନାଏକ ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଏ ଦୁଇ ଜଣ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକର ବଡ ଭାଇ ଜୟ ବାରିକ ଓ ତାଙ୍କ ପୁଅ। ଆଜି ଭୋରରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଗତକାଲି ରାତିରେ ଏଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ପୋଲିସ ସେମାନଙ୍କୁ ଗିରଫ କରି ଏକ ଅଜଣା ସ୍ଥାନରେ ରଖି ପଚାରା ଉଚୁରା କରିଛି। […]

patrapadahatya

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 06:56 AM IST

ଭୁବନେଶ୍ୱର: ପାତ୍ରପଡା ଦିଲ୍ଳୀପ ନାଏକ ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଏ ଦୁଇ ଜଣ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକର ବଡ ଭାଇ ଜୟ ବାରିକ ଓ ତାଙ୍କ ପୁଅ। ଆଜି ଭୋରରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଗତକାଲି ରାତିରେ ଏଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ପୋଲିସ ସେମାନଙ୍କୁ ଗିରଫ କରି ଏକ ଅଜଣା ସ୍ଥାନରେ ରଖି ପଚାରା ଉଚୁରା କରିଛି।

ଜେରା ବେଳେ ଜୟ ବାରିକ କହିଛି ଯେ ଦିଲ୍ଲୀପଙ୍କ ଉପରକୁ ଦୁଇଟି ବନ୍ଧୁକରୁ ତିନି ରାଉଣ୍ଡ ଗୁଳି କରାଯାଇଥିଲା। ତେବେ ସେଥିରୁ ଦୁଇଟି ତାଙ୍କ ଦେହରେ ବାଜି ଥିଲା। ଆଉ ଗୋଟିଏ ତାଙ୍କ ଦେହରେ ବାଜି ନଥିଲା।

ଏହି ହତ୍ୟାକାଣ୍ଡର ହତ୍ୟାକାରୀମାନଙ୍କୁ ଧରିବା କମିଶନରେଟ୍ ପୋଲିସ ଉପରେ ଚାପ ପଡିଥିଲା। ଦିଲ୍ଲୀପଙ୍କ ପରିବାର ଲୋକଙ୍କ ସହିତ ପାତ୍ରପଡା ଗାଁ ଲୋକେ ମଧ୍ୟ ତୁରନ୍ତ ହତ୍ୟାକାରୀଙ୍କୁ ଧରିବାକୁ ବାରମ୍ୱାର ଦାବି କରି ଆସୁଛନ୍ତି। ଏପରିକି ଗାଁ ଲୋକେ ଖଣ୍ଡଗିରି ଥାନା ଘେରାଉ କରିବା ସହିତ ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ।

ସୂଚନାଯୋଗ୍ୟ, ଜୁନ ୧୮ ତାରିଖରେ କଣ୍ଟ୍ରାକ୍ଟର ଦିଲ୍ଲୀପ ନାଏକଙ୍କୁ ହତ୍ୟା କରାଯାଇଥିଲା।  ଠିକା କାମକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ୍ କହିଛି।

Related story