ଭୁବନେଶ୍ୱର:ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ,୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ -୯ ନିକୋ ପାର୍କ ନିକଟରେ ରାସ୍ତା ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଜଣେ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡିବାରୁ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଉପରେ ଏକ କାର୍ ମାଡ଼ି ଯାଇଥିଲା। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ବାଇକ୍ ଆରୋହୀ ଛାତ୍ର ବୋଲି ଜଣାପଡିଛି। ତେବେ ତାଙ୍କର ପରିଚୟ ମିଳିପାରିନାହିଁ।