କେନ୍ଦ୍ରାପଡା: ରାଜ୍ୟର ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ନେଇ ଗତକାଲିଠାରୁ ବିବାଦ ଦେଖାଦେଇଛି । ହାଇଦ୍ରାବାଦର ଏକ ତାରକା ହୋଟେଲ ଲବିରେ ବ୍ଲୁ ସାର୍ଟ ଓ ଜିନ୍ସ ପିନ୍ଧି ବସିଥିବା ଜଣେ ବ୍ୟକ୍ତିଙ୍କ ଫଟୋକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଫଟୋଟି ଆଧ୍ୟାତ୍ମିକ ଗୁରୁ ସାରଥୀ ବାବାଙ୍କର ବୋଲି ଚର୍ଚ୍ଚା ହେଉଛି । ଉକ୍ତ ହୋଟେଲ୍ ବିଲରେ ମଧ୍ୟ ଆଧ୍ୟାତ୍ମିକ ଗୁରୁଙ୍କ ନାଁ ଓ ପରିଚୟ ପ୍ରମାଣ ଭାବେ ଦାଖଲ ହୋଇଥିବା ଭୋଟର୍ ପରିଚୟପତ୍ର ତାଙ୍କର ବୋଲି ମଧ୍ୟ ଆଲୋଚନା ହେଉଛି। ଆଧ୍ୟାତ୍ମିକ ଗୁରୁ ହୋଟେଲରେ ଜଣେ ଯୁବତୀଙ୍କ ସହ ରହିଥିବା କୁହାଯାଉଛି। ତେବେ ତାଙ୍କ ସହ ଉକ୍ତ ଯୁବତୀ ଏକତ୍ର ଥିବା ନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳି ନାହିଁ କି ଉକ୍ତ ହୋଟେଲ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରିବାକୁ ଆଳି ବିଧାୟକ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
ସେପଟେ ଫଟୋ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାରଥୀ ବାବା। ବାବା କହିଛନ୍ତି ମୁଁ ଠିକ୍ ଅଛି। ବାବାଙ୍କୁ ବଦନାମ କରିବାକୁ ଏହା କିଛି ବ୍ୟକ୍ତିଙ୍କ ଚକ୍ରାନ୍ତ ବୋଲି ସାରଥୀ ବାବାଙ୍କ ପ୍ରତିନିଧି ଶରତ ଚନ୍ଦ୍ର ପାତ୍ର କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର
ରାଜ୍ୟବ୍ୟାପୀ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍।
Miscellaneous
ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ, କାର୍ଯ୍ୟରତ ୨ସଦସ୍ୟଙ୍କୁ ନେଇ ସସପେନ୍ସ
ରାଜ୍ୟ ସରକାର ଆଜି ମଙ୍ଗଳବାର ‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Miscellaneous
ବେଦାନ୍ତ ଜମି ଫେରାଇବା ପ୍ରସଙ୍ଗ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ
ବେଦାନ୍ତ ଜମି ଫେରି ପାଇବା ବଦଳରେ କ୍ଷତିପୂରଣ ରାଶି ଫେରାଇବା ଅଦାଲତଙ୍କ ନିର୍ଦ୍ଦେଶ। ଯଦି ଲୋକେ ନିଜ ଜମି ଫେରିପାଇବା ଲାଗି କ୍ଷତିପୂରଣ ରାଶି ବାଧକ ସାଜେ ତେବେ ସରକାର ଏହା ଉପରେ ବିଚାର କରିବେ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
Miscellaneous
ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର
ସମାବେଶକୁ ସମ୍ବୋଧିତ କରି ଡ. ମହାପାତ୍ର ବସ୍ତିବାସିନ୍ଦାଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।