ବିଜେପୁର ଭୋଟ୍: ପ୍ରସନ୍ନଙ୍କୁ ମନାଇଲେ, ୧୪ ନେତାଙ୍କୁ ବ୍ଲକ ଓ ଏନଏଏସି ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଆଜି ତା’ର ରଣନୀତିକୁ ଚୂଡ଼ାନ୍ତ କରିଛି। ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ସେ ଆସନ୍ତା ୩୦ ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ରୀତାଙ୍କ ବିଜୟ ସୁନିଶ୍ଚିତ କରିବା ନିମନ୍ତେ ବିଜେଡି ଆଜି ବିଜେପୁର ଉପନିର୍ବାଚନ ଦାୟିତ୍ୱ ୧୪ ଜଣ ନେତାଙ୍କୁ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। […]

bijapur-by-election

bijapur-by-election

Manoranjan Sial
  • Published: Wednesday, 25 September 2019
  • Updated: 25 September 2019, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଆଜି ତା’ର ରଣନୀତିକୁ ଚୂଡ଼ାନ୍ତ କରିଛି। ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ସେ ଆସନ୍ତା ୩୦ ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ରୀତାଙ୍କ ବିଜୟ ସୁନିଶ୍ଚିତ କରିବା ନିମନ୍ତେ ବିଜେଡି ଆଜି ବିଜେପୁର ଉପନିର୍ବାଚନ ଦାୟିତ୍ୱ ୧୪ ଜଣ ନେତାଙ୍କୁ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ଏମାନଙ୍କ ବ୍ୟତୀତ ଦଳର ବରିଷ୍ଠ ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ତଦାରଖ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ବିଜେଡିର ବିଜେପୁର ନିର୍ବାଚନ ସମନ୍ୱୟ କମିଟିରେ ଶ୍ରୀ ଆଚାର୍ଯ୍ୟଙ୍କୁ ସ୍ଥାନ ମିଳିନଥିବାବେଳେ ଆଜି ନବୀନ ନିବାସରେ ତାଙ୍କୁ ଦେଖିବାକୁ ମିଳିଥିଲା।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଥିବାରୁ ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ଆଚାର୍ଯ୍ୟଙ୍କୁ ଆନୁଷ୍ଠାନିକ ଭାବେ କୌଣସି ଦାୟିତ୍ୱ ଦିଆଯାଇନାହିଁ। ବରଗଡ଼ ଜିଲ୍ଲା ବିଜେଡି ସଂଗଠନରେ ଶ୍ରୀ ଆଚାର୍ଯ୍ୟ ଓ ମନ୍ତ୍ରୀ ସୁଶାନ୍ତ ସିଂ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝାକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ବିଜେଡିର ୪ ଜଣିଆ ବିଜେପୁର ନିର୍ବାଚନ ସମନ୍ୱୟ କମିଟିରେ ଶ୍ରୀ ଆଚାର୍ଯ୍ୟଙ୍କୁ ସାମିଲ କରାଯାଇ ନଥିଲା। ତେବେ ଗଣମାଧ୍ୟମରେ ଶ୍ରୀ ଆଚାର୍ଯ୍ୟଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ତାଙ୍କୁ ବୁଝାସୁଝା କରାଯାଇ ଗତ ୨୦୧୮ ଉପନିର୍ବାଚନ ଭଳି ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ଗତଥର ଭଳି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ମିଶି ସମଗ୍ର ଉପନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବେ ଓ ଷ୍ଟାର ପ୍ରଚାରକ ହେବେ। ଆଜି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇ ଶ୍ରୀ ଆଚାର୍ଯ୍ୟ ସବୁପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସେହିପରି ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକର ମୋଟ୍ ୬୫ଟି ପଞ୍ଚାୟତ ଓ ୨ଟି ଏନଏଏସି ଦାୟିତ୍ୱରେ ବିଜେଡି ପ୍ରାୟ ୭୦ରୁ ୮୦ଜଣ ଦଳୀୟ ବିଧାୟକ ଓ ସାଂସଦଙ୍କୁ ଦାୟିତ୍ୱରେ ରଖିବାକୁ ନିଷ୍ପତ୍ତି ନେଇଛି। ଆଜିର ବୈଠକରେ ୩ଟି ବ୍ଲକ ଓ ୨ଟି ଏନଏଏସି ଦାୟିତ୍ୱରେ କେଉଁ ନେତାମାନେ ରହିବେ ତାହା ଚୂଡ଼ାନ୍ତ ହୋଇଛି।

ସୂଚନା ଅନୁସାରେ, ବିଜେପୁର ଉପନିର୍ବାଚନମଣ୍ଡଳୀର ବିଜେପୁର ବ୍ଲକ(୨୩ଟି ପଞ୍ଚାୟତ) ଦାୟିତ୍ୱରେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଓ କିଶୋର ମହାନ୍ତି ଥିବାବେଳେ ବରପାଲି ବ୍ଲକ(୨୩ ପଞ୍ଚାୟତ) ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ, ଗାଇସିଲେଟ୍ ବ୍ଲକ(୧୯ଟି ପଞ୍ଚାୟତ) ଦାୟିତ୍ୱରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶୋର ଦାସ ଓ କଳିକେଶ ସିଂହଦେଓ, ବରପାଲି ଏନଏଏସି ଦାୟିତ୍ୱରେ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଦେବେଶ ଆଚାର୍ଯ୍ୟ ଏବଂ ବିଜେପୁର ଏନଏନଏସି ଦାୟିତ୍ୱରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ରୋହିତ ପୂଜାରୀଙ୍କୁ ସଂଯୋଜକ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

ଏହି ନେତାମାନେ ବ୍ଲକ୍ ଓ ଏନଏଏସିସ୍ତରରେ ସଂଯୋଜକ ଭାବେ କାର୍ଯ୍ୟ କରିବାକୁ ଥିବାବେଳେ ଆସନ୍ତା ସପ୍ତାହରେ ଦଳର ଅନ୍ୟ ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ପଞ୍ଚାୟତ ଓ ୱାର୍ଡ ଦାୟିତ୍ୱ ନ୍ୟସ୍ତ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story