ବିଜେପୁରରେ ଜମୁଛି ପ୍ରଚାର

ବରଗଡ଼(ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ବିଜେପୁର।  ପ୍ରଚାର ପାଇଁ ଆଉ ହାତରେ ମାତ୍ର ୬ ଦିନ ରହିଛି। ସେଥିପାଇଁ  ଭୋଟରଙ୍କୁ ମନେଇବାକୁ ତିନି ରାଜନୈତିକ ଦଳ ସେମାନଙ୍କ ରଣକୌଶଳ ନେଇ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି।

ଗତକାଲି ବିଜେଡି ତରଫରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଅଭିନେତା କୁନା ତ୍ରିପାଠୀ ପ୍ରଚାର କରିଥିଲେ।  ଗାଁରେ ଏକ ମିଟିଂ କରି ନବୀନ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ।