ବିଜେପୁର ଉପନିର୍ବାଚନ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁବଳ ସାହୁଙ୍କ ମୃତ୍ୟୁକୁ ଅଢ଼େଇ ମାସ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଉନାହିଁ। ଏପରି ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି।

ଅଗଷ୍ଟ ୨୨ ତାରିଖରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ଅକ୍ଟୋବର ୧୬ରେ ୨୦୧୪ ବିଜେପୁର ନିର୍ବାଚନ ସଂପର୍କିତ ମାମଲାର ଫଇସଲା ବି ହାଇକୋର୍ଟରେ ହୋଇଗଲା। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେ। ହେଲେ ସୁବଳଙ୍କ ମୃତ୍ୟୁକୁ ଅଢେଇ ମାସ ପରେ ବି ଘୋଷଣା ହୋଇନାହିଁ ଉପନିର୍ବାଚନ ତାରିଖ। ପ୍ରଶ୍ନ ଉଠୁଛି ଉପନିର୍ବାଚନ ତାରିଖ ଘୋଷଣାରେ କାହିଁକି ହେଉଛି ବିଳମ୍ବ ? କାହା ଚାପରେ ଜାଣିଶୁଣି ପ୍ରକ୍ରିୟା ବିଳମ୍ବ ହେଉଛି କି ? ତାରିଖ ଘୋଷଣାରେ ବିଳମ୍ବ ନେଇ ବିଜେଡି ବି ପ୍ରଶ୍ନ ଉଠାଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ଦଳର ନାଁ ନନେଇ ପ୍ରକ୍ରିୟା ବିଳମ୍ବ ନେଇ ସନ୍ଦେହ ପ୍ରକାଶ କରିଛି ଦଳ।

ବିଜେଡି ମୁଖପାତ୍ର ଦେବୀପ୍ରସାଦ ମିଶ୍ର କହିଛନ୍ତି, ହିମାଚଳ ଓ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ବେଳେ ବିଜେପୁର ଓ ଅନ୍ୟ ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଳମ୍ବ ହେଉଥିବାରୁ ଆଶଙ୍କା ସୃଷ୍ଟି ହେଉଛି। ଅନ୍ୟତମ ମୁଖପାତ୍ର ସମୀର ଦାଶ କହିଛନ୍ତି, ତାରିଖ ଘୋଷଣାରେ ଜାଣିଶୁଣି ବିଳମ୍ବ କରାଯାଉଥିବା ସାଧାରଣରେ ଅବଧାରଣା ହେଉଛି। ନିର୍ବାଚନ ବିଳମ୍ବ ହେବା ପଛରେ କିଛି ଅଛି ବୋଲି ସମୀର କହିଛନ୍ତି।

ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ସେହିପରି କଂଗ୍ରେସ ଏହାକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି।

ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡି ପ୍ରାର୍ଥୀ ଭାବେ ବି ଘୋଷଣା କରିଥିଲେ। ସେପଟେ ବିଜେପି ମଧ୍ୟ ବରପାଲିରେ ମିଶ୍ରଣ ପର୍ବ କରି ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରିଥିଲା। କଂଗ୍ରେସ ବି ପ୍ରାର୍ଥୀ ଖୋଜା ଆରମ୍ଭ କରି ହାଇକମାଣ୍ଡ ପାଖକୁ ତାଲିକା ପଠାଇଛି।

ଏହାକୁ ନେଇ କ’ଣ କହୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ନେତା ଦେଖନ୍ତୁ ଏହି ଭିଡିଓ।

Ordigital Desk
• Published: Thursday, 09 November 2017
• Updated: 09 November 2017, 09:25 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos