ସ୍ୱର୍ଗଦ୍ୱାରରୁ ଭଙ୍ଗାଯିବ ବିଜୁବାବୁଙ୍କ ସମାଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀ ଭଙ୍ଗାଯିବ। ୧୬୦୦ବର୍ଗଫୁଟ ଅଞ୍ଚଳରେ ଥିବା ଏହି ସମାଧି ସ୍ଥଳୀକୁ ହଟାଇ ସେହି ସ୍ଥାନକୁ ରାଜ୍ୟବାସୀଙ୍କ ସେବାରେ ଉପଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୫ ଜାନୁୟାରୀ ମାସରେ କୋର୍ଟ ଏହି ଅନଧିକୃତ ନିର୍ମାଣକୁ ତୁରନ୍ତ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ସ୍ୱର୍ଗଦ୍ୱାରର ବିକାଶ ନିମନ୍ତେ ସେଠାରେ […]

puri

puri

Manoranjan Sial
  • Published: Friday, 01 November 2019
  • Updated: 01 November 2019, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ସ୍ୱର୍ଗଦ୍ୱାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀ ଭଙ୍ଗାଯିବ। ୧୬୦୦ବର୍ଗଫୁଟ ଅଞ୍ଚଳରେ ଥିବା ଏହି ସମାଧି ସ୍ଥଳୀକୁ ହଟାଇ ସେହି ସ୍ଥାନକୁ ରାଜ୍ୟବାସୀଙ୍କ ସେବାରେ ଉପଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୫ ଜାନୁୟାରୀ ମାସରେ କୋର୍ଟ ଏହି ଅନଧିକୃତ ନିର୍ମାଣକୁ ତୁରନ୍ତ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ସ୍ୱର୍ଗଦ୍ୱାରର ବିକାଶ ନିମନ୍ତେ ସେଠାରେ ଥିବା ବିଜୁବାବୁଙ୍କ ସମାଧିସ୍ଥଳୀକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛ ।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହାଇଦ୍ରାବାଦର ଫୋଏନିକ୍ସ ଫାଉଣ୍ଡେସନ ସହାୟତାରେ ସ୍ୱର୍ଗଦ୍ୱାରରେ ଶବଦାହଠୁ ଆରମ୍ଭ କରି ଶବବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ସେଠାରେ ବ୍ୟବସ୍ଥା ହେବ। ଶବବାହକମାନଙ୍କ ପାଇଁ ବିଶ୍ରାମ କକ୍ଷଠୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ, ଅସ୍ଥି ସଂଗ୍ରହ ଓ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଏହି କାମ ଆରମ୍ଭର ୬ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ। ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି ଭାବେ ବର୍ଣ୍ଣନା କରି ସେ ଏହାର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସୂଚନାଯୋଗ୍ୟ, ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ସମାଧି ସ୍ଥଳ ନିର୍ମାଣ ପରଠୁ ୧୯୯୯ ମସିହାରେ ଏହାକୁ ସ୍ଥାନୀୟ ଅଞ୍ଚଳର ୫ଜଣ ବ୍ୟକ୍ତି କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଳକୋର୍ଟ ଏହି ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା କୋର୍ଟ ତା’ଉପରେ ରହିତାଦେଶ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୫ ମସିହାରେ ପୁଣିଥରେ ତଳ କୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରି ଏହି ବେଆଇନ ଭାବେ ସମାଧି ସ୍ଥଳ ନିର୍ମାଣକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁରୀର ସୌନ୍ଦର୍ଯ୍ୟକରଣ ନାଁରେ ଏବେ ରାଜ୍ୟ ସରକାର ବହୁ ଲୋକଙ୍କ ଘର ଓ ଦୋକାନ ଭାଙ୍ଗୁଥିବାବେଳେ ସମାଲୋଚନାରୁ ବର୍ତ୍ତିର୍ବା ପାଇଁ ସ୍ୱର୍ଗଦ୍ୱାରରେ ଥିବା ବିଜୁବାବୁଙ୍କ ୧୬୦୦ପୁଟ ପରିମିତ ସମାଧିସ୍ଥଳକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story