ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ଅନ୍ୟ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ

ବାରିପଦା(ମାଣିକଲାଲ୍‌ ପାଣି): ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ପରେ ଅନ୍ୟ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ! ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ଆସିଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଷାଣୀପାଳ ଗାଁର ହରିହର ସେଠୀ ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ ପାନ ଦୋକାନ କରିଥିଲେ। ମଧ୍ୟାହ୍ନରେ ଖାଇବା ପାଇଁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୪୯ନଂ ଜାତୀୟ ରାଜପଥର କାତରା ନଦୀ ବ୍ରିଜ୍‌ ଛକରେ ସମ୍ମୁଖରୁ ଆସୁଥିବା […]

Baripada

Baripada

Manoranjan Sial
  • Published: Tuesday, 19 April 2022
  • Updated: 19 April 2022, 07:15 PM IST

Sports

Latest News

ବାରିପଦା(ମାଣିକଲାଲ୍‌ ପାଣି): ସ୍କର୍ପିଓ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ପରେ ଅନ୍ୟ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ! ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ଆସିଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

ଗୋଷାଣୀପାଳ ଗାଁର ହରିହର ସେଠୀ ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ ପାନ ଦୋକାନ କରିଥିଲେ। ମଧ୍ୟାହ୍ନରେ ଖାଇବା ପାଇଁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୪୯ନଂ ଜାତୀୟ ରାଜପଥର କାତରା ନଦୀ ବ୍ରିଜ୍‌ ଛକରେ ସମ୍ମୁଖରୁ ଆସୁଥିବା ସ୍କର୍ପିଓ, ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହରିହରଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଦୁର୍ଘଟଣା ପରେ ଚାଳକ ସ୍କର୍ପିଓ ଛାଡ଼ି ପଳାଇ ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓ ଭିତରେ ବସିଥିବା ମେଗା ଜଳ ସେଚନ ପ୍ରକଳ୍ପ କାମ କରୁଥିବା ମଣ୍ଟିକଲ୍‌ ଲିମିଟେଡ୍‌ କମ୍ପାନୀର ଦୁଇ କର୍ମଚାରୀ ସତ୍ୟନାରାୟଣ ନନ୍ଦ ଓ ଫୁଲ୍‌ଚନ୍ଦ୍ର ଶର୍ମାଙ୍କୁ ଗାଡ଼ି ଭିତରୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫୁଲ୍‌ଚନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ସତ୍ୟନାରାୟଣଙ୍କ ଘର କେନ୍ଦୁଝର ଜିଲ୍ଲାର।

ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos