ଖୋର୍ଦ୍ଧାରେ କାଉ ମଡ଼କ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ରାଉତପଡ଼ା ଗ୍ରାମ ପଞ୍ଚାୟତର ବୋତଳାଙ୍ଗ ଗାଁରେ କାଉ ମଡ଼କ ଦେଖିବାକୁ ମିଳିଛି। ଗାଁର ଚାରିଆଡ଼େ କାଉଗୁଡ଼ିକ ମରି ପଡ଼ିଥିବା ଦେଖିବାକୁ ମିଳିଛି।

ଗତ ଦୁଇ ଦିନ ହେଲା ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡୁଛନ୍ତି। ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ଆଜି ମଧ୍ୟ କାଉ ମରିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ। ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଥିଲେ। ରିପୋର୍ଟ ଆସିବା ପରେ କାଉ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀଧନ ବିଭାଗ ଅଧିକାରୀ କହିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।