କିଏ ହେବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ, ଜିତିବେ କେମିତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିବା ପରେ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ତେବେ ବିଜେଡିରେ କିଏ ହେବେ ରାଜ୍ୟସଭା ପ୍ରାର୍ଥୀ ଓ ସମସ୍ତ ଆସନ ବିଜେଡି କିଭଳି ଅକ୍ତିଆର କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନରେ ବିଜେଡ଼ି ନିଜର ଦଳୀୟ […]

bjd

bjd

Manoranjan Sial
  • Published: Saturday, 15 June 2019
  • Updated: 18 June 2019, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିବା ପରେ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ତେବେ ବିଜେଡିରେ କିଏ ହେବେ ରାଜ୍ୟସଭା ପ୍ରାର୍ଥୀ ଓ ସମସ୍ତ ଆସନ ବିଜେଡି କିଭଳି ଅକ୍ତିଆର କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନରେ ବିଜେଡ଼ି ନିଜର ଦଳୀୟ ନେତାଙ୍କୁ ପ୍ରାର୍ଥୀ କରିବ। ସାଧାରଣ ନିର୍ବାଚନବେଳେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ବି ବିଜେଡି ପକ୍ଷରୁ ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଏହି ନେତାମାନଙ୍କୁ ଏବେ ପଠାଯିବ ନା ଆସନ୍ତା ମାର୍ଚ୍ଚ ମାସରେ ଖାଲି ହେବାକୁ ଥିବା ୪ଟି ଆସନରେ ପଠାଯିବ, ତାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ମାତ୍ର ସୂତ୍ର ଅନୁସାରେ ଏହି ୩ଜଣ ନେତାଙ୍କୁ ବିଜେଡି ଚଳିତଥର ରାଜ୍ୟସଭାକୁ ପଠାଇବାକୁ ଯୋଜନା କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ୩ଜଣଙ୍କ ମଧ୍ୟରୁ ଶ୍ରୀ ନାୟକଙ୍କୁ ବାଦ୍ ଦେଇ କୌଣସି ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇପାରେ। ବିଧାନସଭାରେ ବିଜେଡିର ୧୧୧ ବିଧାୟକ ଥିବାରୁ ଦଳର ସମସ୍ତ ୩ ପ୍ରାର୍ଥୀ ଜିତିବା ଏକରକମ ସ୍ପଷ୍ଟ ହୋଇଛି।

ଆସନ୍ତୁ ଜାଣିବା କିଭଳି ଜିତିବ ବିଜେଡି

ରାଜ୍ୟସଭାର ନିର୍ବାଚନ ସୂତ୍ର ଅନୁସାରେ (ବିଧାନସଭାରେ ମୋଟ ବିଧାୟକ x ୧୦୦ ହରଣ ଖାଲି ପଡ଼ୁଥିବା ଆସନ + ୧)+୧ । ଅର୍ଥାତ୍ ବିଧାନସଭାରେ ଏବେ ମୋଟ୍ ୧୪୫ ଜଣ ବିଧାୟକ ଅଛନ୍ତି। ଏଥିରେ ବିଜେଡିର ୧୧୧, ବିଜେପିର ୨୩, କଂଗ୍ରେସର ୯, ସିପିଏମ ୧ ଓ ସ୍ୱାଧୀନ ୧। ରାଜ୍ୟସଭା ସୂତ୍ର ଅନୁସାରେ ପ୍ରଥମ ପସନ୍ଦର ଭୋଟ୍ ପାଇଁ ୭୩ ବିଧାୟକଙ୍କ ସମର୍ଥନ ଜରୁରୀ।

ଏହି ଅଙ୍କ ଦୃଷ୍ଟିରୁ ଆଗାମୀ ରାଜ୍ୟସଭା ନିର୍ବାଚନରେ ବିଜେପି କିମ୍ବା କଂଗ୍ରେସ କୌଣସି ପ୍ରାର୍ଥୀ ଦେବାର ସମ୍ଭାବନା ମଧ୍ୟ କ୍ଷୀଣ।

ସୂଚନାଯୋଗ୍ୟ, ଆଉ ୯ମାସ ପରେ ଅର୍ଥାତ୍ ୨୦୨୦ ଏପ୍ରିଲ ୨ ତାରିଖରେ ବିଜେଡି ସାଂସଦ ନରେନ୍ଦ୍ର ସ୍ୱାଇଁ ଓ ସରୋଜିନୀ ହେମ୍ବ୍ରମ ଏବଂ କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି ୨୦୨୦ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାରେ କାର୍ଯ୍ୟକାଳ ଥିବା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ ଲୋକସଭା ନିର୍ବାଚନ ଜିତିବା ପରେ ମେ’ ୨୪ତାରିଖରୁ ରାଜ୍ୟସଭାରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କର କାର୍ଯ୍ୟକାଳ କମ୍ ଦିନର ଥିବାରୁ ସେହି ଆସନ ପାଇଁ ନିର୍ବାଚନ ହୋଇନି। ଏହି ୪ଟି ଆସନ ଖାଲି ହେବାକୁ ଥିବାରୁ ବିଜେଡି ନିଜର ଅସନ୍ତୁଷ୍ଟ ଓ ଆଶାୟୀ ଦଳୀୟ ନେତାମାନଙ୍କୁ ସେହିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଳ ଦେଖାଇବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos