ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଉଷ୍ମ ହେଉଛି ପାଟକୁରା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ପାଟକୁରାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ନିକଟତର ହେଉଥିବାରୁ ପାଟକୁରା ଲଢ଼େଇକୁ ନେଇ ଏବେ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ଦୁଇ ଦଳକୁ ଛିଗୁଲାଇ ଉଭୟ ଗୋଟିଏ କଏନ୍‌ର ହେଡ୍ ଓ ଟେଲ୍ ବୋଲି କହିବାକୁ ପଛାଇ ନାହିଁ। ତୃତୀୟ ଥର ପାଇଁ ପାଟକୁରା ନିର୍ବାଚନର ତାରିଖ […]

patakura.jpg111

patakura.jpg111

Manoranjan Sial
  • Published: Friday, 05 July 2019
  • Updated: 05 July 2019, 08:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ପାଟକୁରାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ନିକଟତର ହେଉଥିବାରୁ ପାଟକୁରା ଲଢ଼େଇକୁ ନେଇ ଏବେ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ଦୁଇ ଦଳକୁ ଛିଗୁଲାଇ ଉଭୟ ଗୋଟିଏ କଏନ୍‌ର ହେଡ୍ ଓ ଟେଲ୍ ବୋଲି କହିବାକୁ ପଛାଇ ନାହିଁ।

ତୃତୀୟ ଥର ପାଇଁ ପାଟକୁରା ନିର୍ବାଚନର ତାରିଖ ଘୋଷଣା ପରେ ସବୁ ଦଳଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରେ ବସିଛି ସର୍ବଦଳୀୟ ବୈଠକ। ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହେବା ସହ ଆଦର୍ଶ ଆଚରଣ ବିଧି ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। ଏଥିସହ ଜିଲ୍ଲାରେ ଲାଗିଥିବା ସବୁ ଦଳର ହୋର୍ଡ଼ିଂ ହଟାଇଦେବା ଓ ସଭା ସମିତି ପାଇଁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ପୂର୍ବ ଅନୁମତି ନେବା ସଂପର୍କରେ ଆଲୋଚନା ହୋଇଛି।

ସେପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଫ୍ଲାଇଂ ସ୍କାର୍ଡ ସର୍ଭେଲାନସ୍‌ ଟିମ୍ ଗଠିତ ହୋଇଛି। ପାଟକୁରା ନିର୍ବାଚନମଣ୍ଡଳୀରେ ମୋଟ ୩୦୯ଟି ବୁଥ୍‌ ଥିବା ବେଳେ ଇଭିଏମ୍ ଓ ଭିଭିପ୍ୟାଟ୍‌ ପ୍ରସ୍ତୁତ ହୋଇ ରହିଛି। ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି।

ଭୋଟିଂ ପାଇଁ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ନେତାଙ୍କ ମଧ୍ୟରେ ଦାୟିତ୍ୱ ମଧ୍ୟ ବଣ୍ଟା ଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ବିଜେଡିର ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତା’ସହ ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି।

ବିଜେପି ମଧ୍ୟ କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଭୃଗୁ ବକ୍ସିପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କ ଉପରେ ପାଟକୁରା ଦାୟିତ୍ୱ ନ୍ୟସ୍ତ କରିଛି। ଏହାବାଦ୍ ଦଳର ବିଧାୟକ ଏବଂ ନେତାମାନେ ବିଭିନ୍ନ ସ୍ଥାନରେ ରହି ନିର୍ବାଚନ ପ୍ରଚାର ପରିଚାଳନା କରିବେ।

ସେପଟେ କଂଗ୍ରେସର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ତା’ସହିତ ନିର୍ବାଚନ ପରେ ବିଜେଡି ଓ ବିଜେପି ସଂପର୍କ ମଧୁରରୁ ଅତି ମଧୁର ହେଉଥିବାରୁ ପାଟକୁରା ଲଢ଼େଇ କେତେ ଜମିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ କଟାକ୍ଷ କରି ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story