ଅନଭିଜ୍ଞଙ୍କୁ ଜିଲ୍ଲା ଦାୟିତ୍ୱ, ଅଭିଜ୍ଞଙ୍କୁ ଅଣଦେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂଗଠନିକ ନିର୍ବାଚନ ପାଇଁ ବିଜେଡି ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସମସ୍ତ ୩୦ ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି। ତେବେ ଦଳର ପର୍ଯ୍ୟବେକ୍ଷକ ତାଲିକାରୁ ଅଧିକାଂଶ ଅଭିଜ୍ଞ ନେତାଙ୍କୁ ବାଦ୍ ଦେଇ ସାଂଗଠନିକ ଅଭିଜ୍ଞତା ନଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛି। ଦଳରେ ଦକ୍ଷତା, ଅଭିଜ୍ଞତା ଓ ଆନୁଗତ୍ୟକୁ ଅଣଦେଖା କରି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଏଭଳି ପ୍ରସ୍ତୁତ କରାଯାଇଛି ଯାହା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନୀତିକ […]

Bjd-circles-surprised-by-omission-of-experienced-leaders-in-district-observers-list

Manoranjan Sial
  • Published: Friday, 23 August 2019
  • Updated: 23 August 2019, 09:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂଗଠନିକ ନିର୍ବାଚନ ପାଇଁ ବିଜେଡି ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସମସ୍ତ ୩୦ ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି। ତେବେ ଦଳର ପର୍ଯ୍ୟବେକ୍ଷକ ତାଲିକାରୁ ଅଧିକାଂଶ ଅଭିଜ୍ଞ ନେତାଙ୍କୁ ବାଦ୍ ଦେଇ ସାଂଗଠନିକ ଅଭିଜ୍ଞତା ନଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛି। ଦଳରେ ଦକ୍ଷତା, ଅଭିଜ୍ଞତା ଓ ଆନୁଗତ୍ୟକୁ ଅଣଦେଖା କରି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଏଭଳି ପ୍ରସ୍ତୁତ କରାଯାଇଛି ଯାହା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକା ଆଜି ପ୍ରକାଶ ପାଇଛି। କିନ୍ତୁ ଏହି ତାଲିକାକୁ ଦଳର ସୁପ୍ରିମୋ କେଉଁ ଆଧାରରେ ପ୍ରସ୍ତୁତ କରିଛନ୍ତି ଓ ପର୍ଯ୍ୟବେକ୍ଷକ ନିଯୁକ୍ତି ହେବାର ମାନଦଣ୍ଡ କ’ଣ ତାହା ସମ୍ପୂର୍ଣ୍ଣ ଅସ୍ପଷ୍ଟ। କାରଣ ଅନେକ ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି। ଯେଉଁମାନେ କି ଏପର୍ଯ୍ୟନ୍ତ ନିଜ ନିର୍ବାଚନମଣ୍ଡଳୀ କିମ୍ବା ଗୋଟିଏ ବି ନିର୍ବାଚନୀ ସଫଳତା ହାସଲ କରିନାହାନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ବିଜେଡି ଯେଉଁଠି ସବୁଠୁ ଖରାପ ପ୍ରଦର୍ଶନ କରିଛି ସେଠାରେ ଦକ୍ଷ ଓ ଅଭିଜ୍ଞ ନେତାଙ୍କୁ ପର୍ଯ୍ୟବେକ୍ଷକ କରିବା ପରିବର୍ତ୍ତେ ଦଳ ଅନଭିଜ୍ଞ, ନବାଗତ ଓ ଦୁର୍ବଳ ପ୍ରଦର୍ଶନକାରୀଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ତାଲିକାରେ ନଳିନୀକାନ୍ତ ପ୍ରଧାନ ଓ ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ଅନଭିଜ୍ଞ ନେତାଙ୍କୁ ଦୁଇଟି ଲେଖାଏଁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି।

ଆଉ ସେମାନଙ୍କୁ ଆବଣ୍ଟିତ ୪ଟି ଜିଲ୍ଲାରେ ବିଜେଡି ଗତ ସାଧାରଣ ନିର୍ବାଚନରେ ଉତ୍ସାହଜନକ ସଫଳତା ପାଇ ପାରିନଥିଲା। କୋରାପୁଟ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟିରେ ଜିତିଥିବାବେଳେ କଂଗ୍ରେସ ଓ ବିଜେପିକୁ ଗୋଟିଏ ଲେଖାଏଁ ସିଟ୍ ଯାଇଛି। ଲୋକସଭା ଆସନକୁ ବି କଂଗ୍ରେସ ହାତେଇଛି। ଏହି ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ବିଜେଡିର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ରହିଥିଲେ। ତାଙ୍କୁ ମାଲକାନଗିରିର ୨ଟି ବିଧାନସଭା ଆସନରେ ସାଂଗଠନିକ କାର୍ଯ୍ୟରେ ଚନ୍ଦ୍ରସାରଥୀ ବେହେରା ସହଯୋଗ କରୁଥିଲେ। ମାଲକାନଗିରିର ୨ଟିରୁ ଗୋଟିଏ ଆସନ ବିଜେପି ଖାତାକୁ ଯାଇଛି। କୋରାପୁଟରେ ବିଜେଡିର ଏଭଳି ଦୁର୍ବଳ ପ୍ରଦର୍ଶନ ସତ୍ତେ୍ୱ ପ୍ରଣବ ପ୍ରକାଶ ଦାସଙ୍କୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଯଦିଓ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ୬ଟିରେ ବିଜେପି ବାଜିମାତ୍ କରିଛି। ପ୍ରଣବ ନିଜେ କୋରାପୁଟରେ ଫେଲ୍ ମାରିଥିବାବେଳେ ଏବେ ମୟୂରଭଞ୍ଜ ତାଙ୍କୁ ନ୍ୟସ୍ତ ହୋଇଛି। ସେହିପରି ମାତ୍ର ୨ଟି ଆସନ କଥା ବୁଝିବାରେ ସକ୍ଷମ ହୋଇନଥିବା ଚନ୍ଦ୍ରସାରଥୀଙ୍କୁ ଏବେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ସଂଗଠନ ଦାୟିତ୍ୱ ଦିଆଯାଇଛି।

ପୂର୍ତ୍ତ ବିଭାଗର ସଚିବରୁ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିବା ଇଞ୍ଜିନିୟର ନଳିନୀକାନ୍ତ ପ୍ରଧାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ସଂଗଠନ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ଜିଲ୍ଲାରେ ବିଜେଡିର ଫଳାଫଳ ଉତ୍ସାହଜନକ ନାହିଁ। ଶ୍ରୀ ପ୍ରଧାନ ନିଜେ ମଧ୍ୟ ପରାଜିତ ହୋଇଛନ୍ତି। ନୂଆ ନୂଆ ରାଜନୀତି ପାଠ ପଢ଼ୁଥିବା ଶ୍ରୀ ପ୍ରଧାନଙ୍କୁ ୨ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ସଂଗଠନ କଥା ବୁଝିବେ। ସେହିପରି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡ଼ାଇ, ସୌଭାଗ୍ୟ ନାୟକ, କୃତ୍ତିବାସ ପାତ୍ର ଓ ଆୟୁବ ଖାନଙ୍କୁ ଭଳି ନେତାଙ୍କୁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି। ଏହି ନେତାମାନେ ନିଜ ନିର୍ବାଚନମଣ୍ଡଳୀ ଛଡ଼ା ଏପର୍ଯ୍ୟନ୍ତ କୌଣସି ସାଂଗଠନିକ ଦାୟିତ୍ୱ ତୁଲାଇ ନାହାନ୍ତି। ଜିଲ୍ଲା ସମୀକରଣକୁ ବୁଝିବାର ଅନୁଭବ ମଧ୍ୟ ଏହି ନେତାମାନଙ୍କ ପାଖରେ ନାହିଁ। ତଥାପି ସେମାନଙ୍କୁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି।

ତେବେ ପ୍ରଶ୍ନ ଉଠୁଛି, ଏବେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବିଜେଡିର ସଂଗଠନରେ ଫାଟ ଓ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାବେଳେ ଦଳର ଅନେକ ବରିଷ୍ଠ ତଥା ଅଭିଜ୍ଞ ନେତା ଯଥା- ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ, ସଞ୍ଜିବ ସାହୁ, ଶାରଦା ନାୟକଙ୍କ ଭଳି ନେତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦେଇ ଏଭଳି ଅନଭିଜ୍ଞ ଓ ଦୁର୍ବଳ ପ୍ରଦର୍ଶନକାରୀ ବ୍ୟକ୍ତିମାନଙ୍କୁ କାହିଁକି ଦାୟିତ୍ୱ ନ୍ୟସ୍ତ କଲା। ଚର୍ଚ୍ଚା ହେଉଛି, ବିଜେଡିରେ ଚାଲିଥିବା ‘ୟସ୍ ବସ୍’ ପରମ୍ପରାକୁ ଯେଉଁମାନେ ଆଗକୁ ନେଇପାରିବେ ଏବେ ସେଭଳି ନେତାଙ୍କୁ ହିଁ ସଂଗଠନରେ ଗୁରୁତ୍ୱ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story