ବିଜୟଙ୍କ ପାଇଁ ଚକ୍ରବ୍ୟୂହ ରଚିଲା ବିଜେଡି, ଗଡ଼ ଜଗିଛନ୍ତି ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଶନ ପାଟକୁରା ପାଇଁ ବିଜେଡି ରଚୁଛି ଚକ୍ରବ୍ୟୂହ। ପ୍ରତିପକ୍ଷକୁ ମାତ ଦେବା ପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ପାଟକୁରାରେ ଦଳ ଜୋରଜବଦସ୍ତ ପ୍ରସ୍ତୁତି କରୁଛି। ପଞ୍ଚାୟତରୁ ବ୍ଳକ ଯାଏଁ, ଗଡ଼ ଜଗିଛନ୍ତି ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଡେରାବିଶ ବ୍ଳକ୍‌ରେ ୨୬ଟି ପଞ୍ଚାୟତ ରହିଛି। ସେଥିରୁ ୧୪ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ବିଜେଡିର ସାଧାରଣ ସଂପାଦକ ସଂଜୟ […]

bjd-deploys-dozens-of-ministers-and-mlas-in-patakura

Manoranjan Sial
  • Published: Tuesday, 09 July 2019
  • Updated: 09 July 2019, 09:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମିଶନ ପାଟକୁରା ପାଇଁ ବିଜେଡି ରଚୁଛି ଚକ୍ରବ୍ୟୂହ। ପ୍ରତିପକ୍ଷକୁ ମାତ ଦେବା ପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ପାଟକୁରାରେ ଦଳ ଜୋରଜବଦସ୍ତ ପ୍ରସ୍ତୁତି କରୁଛି। ପଞ୍ଚାୟତରୁ ବ୍ଳକ ଯାଏଁ, ଗଡ଼ ଜଗିଛନ୍ତି ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା।

ଡେରାବିଶ ବ୍ଳକ୍‌ରେ ୨୬ଟି ପଞ୍ଚାୟତ ରହିଛି। ସେଥିରୁ ୧୪ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ବିଜେଡିର ସାଧାରଣ ସଂପାଦକ ସଂଜୟ ଦାସବର୍ମା। ଅନ୍ୟ ୧୨ଟି ପଞ୍ଚାୟତ କଥା ବୁଝୁଛନ୍ତି ମନ୍ତ୍ରୀ ଅରୁଣ ସାହୁ। ବରିଷ୍ଠ ବିଧାୟକ ପ୍ରତାପ ଦେବ ବ୍ଲକ ସଂଯୋଜକ ଦାୟିତ୍ୱରେ ରହିଛନ୍ତି। ଏମାନଙ୍କ ବାଦ ମନ୍ତ୍ରୀ ସମୀର ଦାଶ ଓ ରଘୁନନ୍ଦନ ଦାସ ଦୁଇଟି ଲେଖାଏଁ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି। ତା’ଛଡ଼ା କିଛି ବିଧାୟକ ଓ ନେତାଙ୍କୁ ମଧ୍ୟ ଦୁଇ ଦୁଇଟି ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି।

ଗରଦପୁର ବ୍ଳକ ଦାୟିତ୍ୱରେ ରହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହି ବ୍ଲକରେ ଥିବା ୧୮ ପଞ୍ଚାୟତ ମଧ୍ୟରୁ ମନ୍ତ୍ରୀ ସୁଶାନ୍ତ ସିଂହ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱ ମିଳିଛି। ସେହିପରି ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ଅନ୍ୟ ନେତାମାନଙ୍କୁ ମଧ୍ୟ ଦୁଇଟି ଲେଖାଁଏ ପଞ୍ଚାୟତ ଦାୟିତ୍ୱ ନ୍ୟସ୍ତ କରିଛି ଦଳ।

ମାର୍ଶାଘାଇ ବ୍ଳକର ୭ଟି ପଞ୍ଚାୟତକୁ ସ୍ୱତନ୍ତ୍ର ଫୋକସ୍‌ କରିଛି ବିଜେଡି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଦୀପ ପାଣିଗ୍ରାହୀଙ୍କ କାନ୍ଧରେ ରହିଛି ଏହି ବ୍ଳକ୍‌ର ବୋଝ। ଏମାନଙ୍କ ବାଦ ବିଧାୟକ ପ୍ରଶାନ୍ତ ବେହେରା, ସାରଦା ନାୟକ ଓ ଅନ୍ୟ କିଛି ପୁରୁଖା ନେତାଙ୍କ ମଧ୍ୟରେ ବଣ୍ଟାଯାଇଛି ପଞ୍ଚାୟତ ଓ୍ୱାରି ଦାୟିତ୍ୱ।

ସେପଟେ ବିଜେଡିକୁ ଚେକ ଦେବାକୁ ବିଜେପି ମଧ୍ୟ ନିଜସ୍ୱ ରଣନୀତି ସହ ଆଗକୁ ବଢୁଛି। ବରିଷ୍ଠ ନେତା କେ.ଭି. ସିଂହଦେଓ, ମନମୋହନ ସାମଲ ଓ ଭୃଗୁ ବକ୍ସିପାତ୍ରଙ୍କୁ ଦଳ ପାଟକୁରା ଦାୟିତ୍ୱ ଦେଇଛି। ଆଉ କିଛି ବିଧାୟକ ଓ ନେତା ମଧ୍ୟ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ରହି ବିଜୟଙ୍କ ପାଇଁ ପ୍ରଚାର କରିବେ। ବିଜେଡି ଓ ବିଜେପି ଏହି ହାଇଭୋଲଟେଜ ଟକ୍କର ଭିତରେ କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ୍। ତଥାପି ଟିମ୍ ଗଠନ କରି ଓ ବିଧାୟକଙ୍କୁ ନେଇ ଦଳ କ୍ୟାମ୍ପେନ କରିବାକୁ ଯୋଜନା କରିଛି ଦଳ।

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି-“କଂଗ୍ରେସ ମଇଦାନରେ ରହିଛି। ଆମର ଯେତେ ବିଧାୟକ ଅଛନ୍ତି, ସମସ୍ତେ ସେଠାକୁ ଯିବୁ।”

ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି-“ବିଜେଡିର ଯେଉଁମାନେ ପାଟକୁରା ଯାଇଛନ୍ତି, ସେମାନେ ଆମ ପାଇଁ କାମ କରୁଛନ୍ତି। ବିଜୟ ମହାପାତ୍ର କେମିତି ଜିତିବେ, ସେଥିପାଇଁ ବିଜେଡି ପ୍ରଚାର କରୁଛି। ଏଥର ବିଜେପି ପ୍ରାର୍ଥୀ ନିଶ୍ଚିତ ଜିତୁଛନ୍ତି।”

ଅନ୍ୟପକ୍ଷେ ପୂର୍ବତନ ବିଜେଡି ବିଧାୟକ କିଶୋର ତରାଇ କହିଛନ୍ତି,“ଆମେ ୩୦ରୁ ୪୦ ହଜାର ଭୋଟ ବ୍ୟବଧାନରେ ନିଶ୍ଚିତ ଜିତୁବୁ।”

ଏବେ ଦଳୀୟ ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି। ଆଗକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story