ବିଜେଡି ସଂଗଠନରେ ଫାଟ: ଏପଟେ ସଭ୍ୟ ସଂଗ୍ରହ, ସେପଟେ ସମୂହ ଇସ୍ତଫା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଓ କିଛି ହାତଗଣତି ନେତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ କ୍ଷମତାସୀନ ବିଜେଡି ସଂଗଠନରେ ଏବେ ଫାଟ ଜଳଜଳ ହୋଇ ଦିଶିଲାଣି। ସାଧାରଣ ନିର୍ବାଚନରେ ଦଳରେ ସାମିଲ ହୋଇ ଟିକେଟ୍ ପାଇଥିବା ନେତାମାନେ ନିଜର ପ୍ରଭାବ ବୃଦ୍ଧି କରୁଥିବାରୁ ବିଜେଡିର ମୂଳ କର୍ମୀ ଓ ନେତାମାନେ ନିଜକୁ ଅସୁରକ୍ଷିତ ମଣି ଦଳ ଛାଡ଼ିବାରେ ଲାଗିଛନ୍ତି। ଏପରିକି ସେମାନଙ୍କ ଆପତ୍ତି-ଅଭିଯୋଗ ଶୁଣିବା ପାଇଁ ବିଜେଡି ସୁପ୍ରିମୋ କିମ୍ବା ତାଙ୍କ ଭରସାଯୋଗ୍ୟ […]

bjd-1..

bjd-1..

Tapas Behera
  • Published: Sunday, 29 September 2019
  • Updated: 29 September 2019, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଓ କିଛି ହାତଗଣତି ନେତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ କ୍ଷମତାସୀନ ବିଜେଡି ସଂଗଠନରେ ଏବେ ଫାଟ ଜଳଜଳ ହୋଇ ଦିଶିଲାଣି। ସାଧାରଣ ନିର୍ବାଚନରେ ଦଳରେ ସାମିଲ ହୋଇ ଟିକେଟ୍ ପାଇଥିବା ନେତାମାନେ ନିଜର ପ୍ରଭାବ ବୃଦ୍ଧି କରୁଥିବାରୁ ବିଜେଡିର ମୂଳ କର୍ମୀ ଓ ନେତାମାନେ ନିଜକୁ ଅସୁରକ୍ଷିତ ମଣି ଦଳ ଛାଡ଼ିବାରେ ଲାଗିଛନ୍ତି। ଏପରିକି ସେମାନଙ୍କ ଆପତ୍ତି-ଅଭିଯୋଗ ଶୁଣିବା ପାଇଁ ବିଜେଡି ସୁପ୍ରିମୋ କିମ୍ବା ତାଙ୍କ ଭରସାଯୋଗ୍ୟ ଟିମ୍ ମଧ୍ୟ ଆବଶ୍ୟକ ସମୟ ଦେଉନାହାନ୍ତି। ଏବେ ବଲାଙ୍ଗିର ଜିଲ୍ଲାରେ ବହୁ ସଂଖ୍ୟକ ଦଳୀୟ ପଦାଧିକାରୀ ଓ କର୍ମୀମାନେ ଦଳ ଛାଡ଼ିଥିବାବେଳେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ସମାନ କାରଣ ପାଇଁ ବହୁ କର୍ମୀ ଓ ନେତା ସବୁଦିନ ପାଇଁ ବିଜେଡିକୁ ବାଏବାଏ କରିବା ଚକ୍କରରେ ରହିଥିବା ସୂଚନା ମିଳିଛି।

ବିଜେଡି ସୂତ୍ର ଅନୁସାରେ, ଜିଲ୍ଲାସ୍ତରରେ ନେତାମାନଙ୍କର ସମାନ୍ତରାଳ ସଂଗଠନ ଓ ପରସ୍ପର ବିରୋଧୀ କାର୍ଯ୍ୟ ଯୋଗୁ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଥିବା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଧିମା ପଡ଼ିଛି। ଗତ ଦୁଇଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରି ଧିମା ସଭ୍ୟ ସଂଗ୍ରହକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ତାଙ୍କର ଭରସାଯୋଗ୍ୟ ଟିମ୍ ଏବେ ମନମୁଖୀ କାର୍ଯ୍ୟ କରି ଚାଲିଥିବାରୁ ବିଜେଡି ସହ ଆରମ୍ଭରୁ ରହିଥିବା ନେତା ଓ କର୍ମୀମାନେ ନିଜକୁ ଅସୁରକ୍ଷିତ ମଣିବାରେ ଲାଗିଛନ୍ତି। ସେମାନଙ୍କର ଆପତ୍ତି -ଅଭିଯୋଗ ବିଜେଡି ସୁପ୍ରିମୋଙ୍କ କାନରେ ପହଞ୍ôଚ ପାରିନଥିବାବେଳେ ଦଳକୁ ଧସେଇ ପଶିଥିବା କିଛି ଦଳଡ଼ିଆଁ ନେତାମାନେ ଆବଶ୍ୟକତାଠୁ ଅଧିକ ଗୁରୁତ୍ୱ ପାଇବାରେ ଲାଗିଛନ୍ତି। ବିଜେଡି ନିଜକୁ ଏମଏଏଲ-କେନ୍ଦ୍ରିକ ଦଳ ବୋଲି କହି ବିଧାୟକମାନଙ୍କୁ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱ ଦେଉଥିବାବେଳେ ସଂଗଠନ ସହ ଦୀର୍ଘ ଦୁଇ ଦଶନ୍ଧି ଧରି ଥିବା ନେତା ଓ କର୍ମୀମାନଙ୍କୁ ଏହି ଦଳଡ଼ିଆଁ ବିଧାୟକମାନେ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି।

ଯେଉଁଥିପାଇଁ ବିଜେଡି ତରଫରୁ ଦିଆଯାଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ସେମାନେ ଅଲୋଡ଼ା ହୋଇ ପଡ଼ିଛନ୍ତି। ବିଜେଡି ପ୍ରଥମଥର ପାଇଁ ଗ୍ରାମାଞ୍ଚଳରେ ପ୍ରତ୍ୟେକ ୱାର୍ଡରୁ ୪ଜଣ ଲେଖାଏ ସକ୍ରିୟ ସଭ୍ୟଙ୍କ ଡାଟାବେସ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିବାରୁ ଜିଲ୍ଲାସ୍ତରରେ ଥିବା ସବୁ ଗୋଷ୍ଠୀ ନିଜ ନିଜର ସମର୍ଥକଙ୍କୁ ଏହି ସକ୍ରିୟ ସଭ୍ୟ କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସମସ୍ୟା ଉପୁଜିଛି। ତେବେ ଆଶ୍ଚର୍ଯ୍ୟର କଥା, ପ୍ରାୟତଃ ସବୁ ସାଂଗଠନିକ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜିଥିଲେ ମଧ୍ୟ ଦଳ ପକ୍ଷରୁ ଏହାକୁ ସୁଧାରିବା ପାଇଁ ଆଗ୍ରହ ପ୍ରଦର୍ଶନ କରାଯାଉନି। ଦଳୀୟ ପର୍ଯ୍ୟବେକ୍ଷକ କିମ୍ବା ସଭ୍ୟ ସଂଗ୍ରହ ଅଭିଯାନ ଦାୟିତ୍ୱରେ ଥିବା ୭ଜଣିଆ କମିଟି ଏଥିପ୍ରତି ସାମାନ୍ୟତମ ଗୁରୁତ୍ୱ ଦେଉନି। ତେଣୁ ଦୀର୍ଘବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଥିବା ତୃଣମୂଳସ୍ତରର ବିଜେଡି ନେତା ଓ କର୍ମୀମାନେ ନିଜକୁ ଅସୁରକ୍ଷିତ ମନେକରି ଦଳ ଛାଡ଼ିବାରେ ଲାଗିଛି।ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ ଶତାଧିକ ପଦାଧିକାରୀ ଓ କର୍ମୀ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ବିଜେଡି ସଂଗଠନ ସହ ସମ୍ପର୍କ ନଥାଇ ଶେଷମୁହୂର୍ତ୍ତରେ ଦଳୀୟ ଟିକେଟ୍ ପାଇ ଜିତିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଏବେ ମୂଳ ବିଜେଡି ନେତାମାନଙ୍କୁ ଅଣଦେଖା କରିଛନ୍ତି । ସେମାନଙ୍କୁ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ କରୁନଥିବା ପ୍ରତିବାଦରେ ଦଳର ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ପୁରୋହିତ, ପାଟଣାଗଡ଼ ଯୁବମୋର୍ଚ୍ଚା ସଭାପତି ଆଲୋକ ପାଣିଗ୍ରାହୀ, ସମିତି ସଭ୍ୟ ଲିଙ୍ଗରାଜ ନାଗ, ପୂର୍ବତନ ବିଧାୟକ ଅଇଠୁ ସାହୁଙ୍କ ପୁଅ କାମାକ୍ଷା ସାହୁ, ପଞ୍ଚାୟତ ନିର୍ବାଚନବେଳେ ବିଜେପି ମଣ୍ଡଳ ସଭାପତି ପଦ ଛାଡ଼ି ବିଜେଡିରେ ମିଶିଥିବା ସନ୍ତୋଷ କୁମାର ମେହେର ପ୍ରମୁଖ ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି।

ସେମାନଙ୍କୁ ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ କରାଯାଉନଥିବା ସମ୍ପର୍କରେ ସେମାନେ ବଲାଙ୍ଗିର ଜିଲ୍ଲା ସଭାପତି କଳିକେଶ ନାରାୟଣ ସିଂହଦେଓ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ସେଥିପ୍ରତି କର୍ଣ୍ଣପାତ କରିନଥିଲେ। ଯେଉଁଥିପାଇଁ ସେମାନେ ବାଧ୍ୟ ହୋଇ ନିଜର ଇସ୍ତଫା ପତ୍ର ବଲାଙ୍ଗିର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ବିଜେପୁର ଉପନିର୍ବାଚନବେଳେ ଦଳୀୟ ନେତାଙ୍କ ଏଭଳି ସମୂହ ଇସ୍ତଫା ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହ ବିଜେଡିର ଅନ୍ୟ ଜିଲ୍ଲା ସଂଗଠନରେ ବି ପ୍ରତିଫଳିତ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story