ପରାଜିତ ବିଜେଡି ନେତାଙ୍କୁ ଅଣଦେଖା, ଜଣେ ବି ଥଇଥାନ ହେଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପର୍ଯ୍ୟାୟରେ ବିଜେଡି ଜଣେ ବିଶେଷଜ୍ଞଙ୍କ ସମେତ ମୋଟ ୪୭ଜଣ ରାଜନୀତିକଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛି। କିନ୍ତୁ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ଜଣେ ବି ଦଳୀୟ ନେତାଙ୍କୁ ଏହି ଦୁଇଟି ପର୍ଯ୍ୟାୟରେ ଥଇଥାନ କରିବାକୁ ଦଳ ତତ୍ପରତା ଦେଖାଇ ନାହିଁ। ଯାହାକୁ ନେଇ ଦଳର ପରାଜିତ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀ ଆଶାୟୀ ଥିବା ୧୨ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ […]

sanjay-das-burma

sanjay-das-burma

Manoranjan Sial
  • Published: Friday, 16 August 2019
  • Updated: 16 August 2019, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପର୍ଯ୍ୟାୟରେ ବିଜେଡି ଜଣେ ବିଶେଷଜ୍ଞଙ୍କ ସମେତ ମୋଟ ୪୭ଜଣ ରାଜନୀତିକଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛି। କିନ୍ତୁ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ଜଣେ ବି ଦଳୀୟ ନେତାଙ୍କୁ ଏହି ଦୁଇଟି ପର୍ଯ୍ୟାୟରେ ଥଇଥାନ କରିବାକୁ ଦଳ ତତ୍ପରତା ଦେଖାଇ ନାହିଁ। ଯାହାକୁ ନେଇ ଦଳର ପରାଜିତ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ସପ୍ତାହରେ ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀ ଆଶାୟୀ ଥିବା ୧୨ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଥିବାବେଳେ ଆଜି ଆଉ ୩୫ଜଣଙ୍କୁ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ତଥା ବିଭାଗର ଉପଦେଷ୍ଟା ଭାବେ ଅବସ୍ଥାପିତ କରାଯାଇଛି। କେବଳ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ରାଜନୀତିକ ବ୍ୟକ୍ତି ଓ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍ ଆଶାୟୀ ଥିଲେ। ଶ୍ରୀମତୀ ବାଗଚୀଙ୍କୁ ‘ମୋ ସ୍କୁଲ’ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।

ଦୀର୍ଘଦିନ ଧରି ଏହି ନେତାମାନଙ୍କୁ ଥଇଥାନ ପାଇଁ ଚାପ ପଡ଼ୁଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ତାଲିକାରେ ୧୦ଟି ନୂଆ ଉପଦେଷ୍ଟା ପଦବୀ ସୃଷ୍ଟି କରାଯାଇ ଦଳୀୟ ନେତାଙ୍କୁ ଥଇଥାନ କରାଯାଇଛି। ସେହିପରି ବିଜେଡି ମହିଳା ସଭାନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦରେ ଆସୀନ କରାଯିବା ସହ ମୋଟ ୬ଜଣ ଦଳୀୟ ନେତ୍ରୀ ମଧ୍ୟ ଥଇଥାନ ହୋଇଛନ୍ତି । କସ୍ତୁରୀ ମହାପାତ୍ର, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯାଇଛି।

ରାଜନୀତିକ ବାଧ୍ୟବାଧକତା ଦୃଷ୍ଟିରୁ ଦଳର ବରିଷ୍ଠ ନେତା ସୁବାସ ସିଂ, ପ୍ରିୟଦର୍ଶୀ ମିଶ୍ର, ରାମଚନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ପ୍ରଭାତ ଆଦିତ୍ୟ ମିଶ୍ର, ଈଶ୍ୱର ପାଣିଗ୍ରାହୀ, କୃତିବାସ ପାତ୍ର, ବିନୟ ଟପ୍ପୋ, ଜନ୍ମେଜୟ ଲେଙ୍କା, ଉକ୍ରଳ କେଶରୀ ପରିଡ଼ାଙ୍କୁ ଥଇଥାନ କରାଯାଇଛି । ଦଳୀୟ ଟିକେଟ୍ ଆଶାୟୀ ଥିବା ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ସମେତ ଦିଲ୍ଲୀପ ତିର୍କୀ, ଅନୁପ ସାଏ, ସୁଜିତ୍ କୁମାର, ଲେନିନ ମହାନ୍ତି, ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ, ପୂର୍ବତନ ବିଧାୟକ ମାନସ ମାଡକାମୀ,ନର୍ଲାରୁ ବିଧାୟକ ଟିକେଟ୍ ଆଶାୟୀ ଥିବା ପୁଷ୍ପେନ୍ଦ୍ର ସିଂହଦେଓ, ଅମରେନ୍ଦ୍ର ଦାସ, ସୁଧୀର ଦାସ, ସଂଗ୍ରାମ କେଶରୀ ପାଇକରାୟ, ସତ୍ୟବ୍ରତ ତ୍ରିପାଠୀ(କୁନା), ଅନୁଗୁଳର ଲୁଲୁ ଅମାତ୍ ପ୍ରମୁଖ ମଧ୍ୟ ଏଥର ଥଇଥାନ ତାଲିକାରେ ସ୍ଥାନ ପାଇଛନ୍ତି।

ତେବେ ତାଲିକାରେ ଦଳର ପରାଜିତ ହେଭିୱେଟ୍ ନେତା ଯଥା ସଞ୍ଜୟ ଦାସବର୍ମା, ଦେବାଶୀଷ ସାମନ୍ତରାୟ, ରବି ନାରାୟଣ ନନ୍ଦ, ରବୀନ୍ଦ୍ର ଜେନା, ମହେଶ୍ୱର ମହାନ୍ତି ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ସାମିଲ କରାଯାଇ ନାହିଁ। ଏହି ନେତାମାନଙ୍କୁ ଖୁବଶୀଘ୍ର ରାଜ୍ୟସ୍ତରୀୟ ନୂଆ ପଦପଦବୀ ସୃଷ୍ଟି କରି ଥଇଥାନ କରାଯିବ ବୋଲି ଜଣାପଡ଼ିଛି। ମନ୍ତ୍ରୀ ଆଶାୟୀ ଥିବା ଆଉ କିଛି ବିଧାୟକଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story