ସରକାରୀ ଥଇଥାନ: ୧୦ ମାସ ପରେ ଜନ୍ମେଜୟ, କେବେ ନେବେ କସ୍ତୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ମଧ୍ୟରେ ବିଜେଡି ନେତା ଜନ୍ମେଜୟ ଲେଙ୍କା ଆସନ୍ତା ୧୦ତାରିଖରେ ଓଡ଼ିଶା ସରକାରଙ୍କ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିବେ। ନିଜ ନିଯୁକ୍ତି ଘୋଷଣାର ପ୍ରାୟ ୧୦ମାସ ପରେ ଶ୍ରୀ ଲେଙ୍କା ଦାୟିତ୍ୱ ନେବାକୁ ଯାଉଥିବାବେଳେ ବିଜେଡି ନେତ୍ରୀ କସ୍ତୁରୀ ମହାପାତ୍ର ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଦାୟିତ୍ୱ କେବେ ଗ୍ରହଣ କରିବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସାଧାରଣ ନିର୍ବାଚନପରେ ଅଗଷ୍ଟ […]

kastri

kastri

Manoranjan Sial
  • Published: Monday, 08 June 2020
  • Updated: 08 June 2020, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ମଧ୍ୟରେ ବିଜେଡି ନେତା ଜନ୍ମେଜୟ ଲେଙ୍କା ଆସନ୍ତା ୧୦ତାରିଖରେ ଓଡ଼ିଶା ସରକାରଙ୍କ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିବେ। ନିଜ ନିଯୁକ୍ତି ଘୋଷଣାର ପ୍ରାୟ ୧୦ମାସ ପରେ ଶ୍ରୀ ଲେଙ୍କା ଦାୟିତ୍ୱ ନେବାକୁ ଯାଉଥିବାବେଳେ ବିଜେଡି ନେତ୍ରୀ କସ୍ତୁରୀ ମହାପାତ୍ର ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଦାୟିତ୍ୱ କେବେ ଗ୍ରହଣ କରିବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସାଧାରଣ ନିର୍ବାଚନପରେ ଅଗଷ୍ଟ ୧୬ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ଆଶାୟୀ ଥିବା ବିଜେଡିର ପ୍ରାୟ ୪୯ ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଲେଙ୍କା ଆସନ୍ତା ୧୦ତାରିଖରେ ରାଜ୍ୟ ସରକାରଙ୍କ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଭାବେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଦଳୀୟ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ଲେଙ୍କାଙ୍କୁ ସରକାରୀ ପଦବୀରେ ଥଇଥାନ କରାଯିବା ନେଇ ଘୋଷଣା ହେବାର ପ୍ରାୟ ୧୦ମାସ ବିତିବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ସେ କାହିଁକି ଦାୟିତ୍ୱ ନେଉନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଏବେ କରୋନା ବିପତ୍ତିକୁ ନେଇ ଉଦବେଗ ଲାଗି ରହିଥିବାବେଳେ ସରକାର ସମସ୍ତ ପ୍ରକାରର ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଆଉ ଏପରି ସ୍ଥିତିରେ ଶ୍ରୀ ଲେଙ୍କା ଦାୟିତ୍ୱ ନେବା ଦଳୀୟସ୍ତରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।

ସେହିପରି ବିଜେଡିର ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୯ ଅଗଷ୍ଟ ୧୬ତାରିଖରେ ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀମତୀ ମହାପାତ୍ରଙ୍କୁ ବିଭାଗ ପକ୍ଷରୁ ନିଯୁକ୍ତି ପତ୍ର ଦିଆଯାଉନଥିବାରୁ ସେ ଦାୟିତ୍ୱ ଗ୍ରହଣ କରିପାରିନଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି କିଭଳି ଶ୍ରୀମତୀ ମହାପାତ୍ରଙ୍କୁ ନିଯୁକ୍ତି ପତ୍ର ମିଳୁନି ଏବଂ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ପଦବୀକୁ କାହିଁକି ଖାଲି ରଖାଯାଇଛି ତାହା ବି ସନ୍ଦେହଘେରରେ। ଶ୍ରୀମତୀ ମହାପାତ୍ର ଏହି ପଦବୀରେ କାର୍ଯ୍ୟ କରିବେ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସରକାରୀ ପଦବୀରେ ଥଇଥାନ କରିଥିବା ସୁଜିତ୍ କୁମାର, ମୁନ୍ନା ଖାନ୍ ଓ ସୁବାସ ସିଂ ଇତିମଧ୍ୟରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି। ସୁଜିତ୍ କୁମାର ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଓ ମୁନ୍ନା ଖାନ୍ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବାରୁ ଏହି ଦୁଇଟି ପଦବୀ ଏବେ ଖାଲି ପଡ଼ିଛି। ଅବଶ୍ୟ ସୁବାସ ସିଂ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ତାଙ୍କ ସ୍ଥାନରେ ବିଜେଡି ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story